ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି ପକ୍ଷରୁ ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା) : ଆସନ୍ତା ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଜିଲାରେ ବଣ୍ଟନ କରିବାର ଶୁଭାରମ୍ଭ କରିବେ । ଏନେଇ ବିଜେଡି ପକ୍ଷରୁ ଜିଲା ସଭାପତି ଇଂ. ରବୀନ୍ଦ୍ର କୁମାର ଜେନାଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଶ୍ରୀ ଜେନା ସୂଚନା ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ୨୬ ତାରିଖରେ ପୁଲିସ ଲାଇନ ପଡ଼ିଆରେ ପହଞ୍ଚିବେ । ସକାଳ ୧୧.୩୦ରୁ ୧.୩୦ ଭିତରେ କାର୍ଯ୍ୟକ୍ରମ ସରିବ । ସେଇଠି ବୈଠକ କରି ଫେରି ଯିବେ । ସମ୍ପୂର୍ଣ୍ଣ କରୋନା କଟକଣା ଭିତରେ ସଭା ହେବ । ବିଭିନ୍ନ ସ୍ଥାନରେ ଡିଜିଟାଲି ଶୁଭ ଦିଆଯିବ । ୫ଜଣ ହିତାଧିକାରୀଙ୍କୁ ଇ-ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଭୋଗରାଇରୁ ସିମୁଳିଆ ଭିତରେ ହିତାଧିକାରୀ ଚୟନ କରାଯିବ । ପ୍ରତି ବ୍ଲକରୁ ୨୫ ଜଣ ହିତାଧିକାରୀ ଆସି କାର୍ଯ୍ୟକ୍ରମରେ ଯୋଗଦେବେ । ଗହଳି ସୀମିତ ରହିଥିବାରୁ ପ୍ରତି ନିର୍ବାଚନମଣ୍ଡଳୀରୁ ୧୫ ଜଣଙ୍କୁ ଆସିବାର ସୁଯୋଗ ଦିଆଯିବ । ଯେଉଁମାନେ ବୈଠକରେ ଯୋଗଦେବେ ସେମାନେ ସମସ୍ତେ ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ପରୀକ୍ଷା ନିଶ୍ଚିତ କରାଇବେ । ଯେଉଁମାନେ ଯିବାକୁ ଚାହିଁବେ ସେମାନେ ଜିଲା ପ୍ରଶାସନ ପକ୍ଷରୁ ବୁଧବାରଠାରୁ ଅନଷ୍ଠିତ ହେଉଥିବା ଦୁଇଟି ଶିବିରରେ ଆରଟିପିସିଆର ପରୀକ୍ଷା କରାଇବେ । ଆରଟିପିସିଆର ପରୀକ୍ଷାର କପି ଜିଲାପାଳ ଓ ଏସପିଙ୍କ ନିକଟରେ ପହଞ୍ଜିବା ପରେ ସେମାନେ ସଭାକୁ ପଶିବାକୁ ଅନୁମତି ଦେବେ । ଅନ୍ୟମାନେ ଆଦୌ ସଭାସ୍ଥଳକୁ ପଶିପାରିବେ ନାହିଁ । ଆରଟିପିସିଆର ପରୀକ୍ଷା ପାଇଁ କ୍ୟାମ୍ପ ଗାନ୍ଧି ସ୍ମୃତି ଭବନ ଓ ପୁଲିସ ଡାକ୍ତରଖାନାରେ ଶିବିର ହେବ । ଏହି ଅବସରରେ ପ୍ରାୟ ୧୨ରୁ ୧୪ଶହ କୋଟି ଟଙ୍କା ପ୍ରକଳ୍ପର ଶୁଭ ଦିଆଯିବ କାର୍ଯ୍ୟକ୍ରମ ରହିଛି । ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି । ମୁଖ୍ୟମନ୍ତ୍ରୀ ବଣ୍ଟନର ଆରମ୍ଭ କରିବା ପରେ ବିଧାୟକ ଓ ଅନ୍ୟ କର୍ମୀମାନେ କାର୍ଡ଼ ବଣ୍ଟନ କରିବେ । ୨୬ରୁ ୨ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଏହି ସରକାରୀ କାର୍ଯ୍ୟକ୍ରମ ଚାଲିବ । ହିତାଧିକାରୀ ମହିଳାଙ୍କ ପାଇଁ ୧୦ ଓ ପୁରୁଷଙ୍କ ପାଇଁ ୫ଲକ୍ଷ ଟଙ୍କା ପାଇବେ । ଯିଏ ଲୋକଙ୍କ ପାଖରେ ପହଞ୍ଚିବ, ତାକୁ ହିଁ ଲୋକେ ଗ୍ରହଣ କରିବେ । ତେଣୁ ନେତା ଓ କର୍ମୀମାନେ ଲୋକଙ୍କ ପାଖରେ ପ୍ରଥମେ ପହଞ୍ଚି ଏହି କାର୍ଡ଼ ସମ୍ପର୍କରେ ସୂଚନା ଦେବେ । ୨ ତାରିଖରେ ସରକାରୀ କାର୍ଯ୍ୟକ୍ରମ ସରିବା ପରେ ୩ ତାରିଖଠାରୁ ଦଳୀୟ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ମହିଳାମାନେ । ବିଭିନ୍ନ ନିର୍ବାଚନମଣ୍ଡଳୀରେ ଯେଉଁମାନେ ମହିଳା ସଭାପତି ରହିଛନ୍ତି, ମହିଳା କର୍ମୀମାନେ ଅଛନ୍ତି ସେମାନେ ପ୍ରତି ପଞ୍ଚାୟତରେ ଅତି କମରେ ୧୦ ଜଣଙ୍କୁ ନେଇ ଟିମ କରିବେ । ସେମାନେ ଦଳ ମତ ନିର୍ବିଶେଷରେ ପ୍ରତି ଘରେ ପହଞ୍ଚି ଲୋକମାନଙ୍କୁ କାର୍ଡ଼ ସମ୍ପର୍କରେ ବୁଝାଇବେ । ସ୍ୱାସ୍ଥ୍ୟ କାର୍ଡ଼ କ’ଣ ଲୋକେ ଏବେ ବି ଜାଣି ନାହାନ୍ତି । ଲୋକମାନଙ୍କୁ ବୁଝାଇବାକୁ ପଡ଼ିବ । କେମିତି ବ୍ୟବହାର କରିବାକୁ ପଡ଼ିବ, କାର୍ଡ଼ର ଉପାଦେୟତା, କାର୍ଡ଼ କେଉଁ ଡାକ୍ତରଖାନାରେ ବ୍ୟବହାର ହୋଇପାରିବ, ଅସୁବିଧା ହେଲେ କେଉଁଠି ଅଭିଯୋଗ କରିବେ, ସେ ନେଇ ଲୋକମାନଙ୍କୁ ବୁଝାଇବେ । ମହିଳାମାନେ ୪୫ ଦିନ ଭିତରେ ଇକାର୍ଡ଼ ବଣ୍ଟନ କରିବେ ଓ ସେମାନଙ୍କୁ ଜିଲା ଓ ରାଜ୍ୟସ୍ତରରୁ ମନିଟର କରାଯିବ । ଅସୁବିଧା ଥିଲେ ଜିଲା ସଭାପତିଙ୍କ ସହ ଯୋଗାଯୋଗ କରିପାରିବେ ବୋଲି ଶ୍ରୀ ଜେନା ସୂଚନା ଦେଇଥିଲେ । ବୈଠକରେ ବିଧାୟକ ଅଶ୍ୱିନୀ ପାତ୍ର, ସୁଧାଂଶୁ ଶେଖର ପରିଡ଼ା, ସ୍ୱରୂପ କୁମାର ଦାସ, ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରି ସଭାପତି ସୁବାସିନୀ ଜେନା, ଜିଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ବରିଷ୍ଠ ନେତା ଗୌରୀକୁମାର ରାଉତ, ବରଦା ପ୍ରସନ୍ନ ପଟ୍ଟନାୟକ, ବଳରାମ ସାହୁ, ଆଲୋକ କୁମାର ସାହୁ, ଅଜୟ ସାମଲ, ଶତ୍ରୁଘ୍ନ ମଲ୍ଲିକ, ବିଶ୍ୱଜିତ ଦାସ, ବାଦଲ ଦାସ, ଅରୁଣ କୁମାର ସ୍ୱାଇଁ, ଗୌରୀ ବାରିକ, ରଞ୍ଜନ ବାଗ, ଜିଲା ଯୁବ ବିଜେଡି ସଭାପତି ତାପସ କୁମାର ପରିଡ଼ା, ଛାତ୍ର ସଭାପତି ସିମନ ଦାସମହାପାତ୍ର, ଜିଲା ମହିଳା ବିଜେଡି ସଭାପତି ବିନ୍ଦୁବାଳା ନନ୍ଦୀ, ରାଜ୍ୟ ମହିଳା ଉପସଭାପତି ଶ୍ରଦ୍ଧାଞ୍ଜଳି ପ୍ରଧାନ, ଉମିଲତା ଦାସ, ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ତାପସ ପାଣିଗ୍ରାହୀ, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ଗତିକୃଷ୍ଣ ନନ୍ଦ, ସତ୍ୟରଞ୍ଜନ ଦାସ, ଟାଉନ ବିଜେଡି ସଭାପତି ସନତ ଦାସ, ସଦର ବ୍ଳକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଟାଉନ ମହିଳା ବିଜେଡି ସଭାପତି ମୀନା ମହାନ୍ତି, ଜିଲା ମହିଳା ବିଜେଡି ଉପସଭାପତି ରଞ୍ଜିତା ମହାପାତ୍ର, ଟାଉନ ଯୁବ ବିଜେଡି ସଭାପତି ଉମାଶଙ୍କର ତିଆଡ଼ି, ଟାଉନ ଛାତ୍ର ବିଜେଡି ସଭାପତି କୁଶଲ ଚାଟାର୍ଜୀଙ୍କ ସମେତ ବହୁ ଆଗଧାଡ଼ିର ନେତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ