ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ, ବିଦ୍ୟାଳୟରେ ଚାଲିଛି ପାଠ ପଢ଼ା ଓ ଖେଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଆସନ୍ତା ୧୩ ତାରିଖଠାରୁ ୧୫ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରୀ ପ୍ରବାହିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନାବାଡ଼ି କେନ୍ଦ୍ରକୁ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସଦର ମହକୁମା ମୋହନାଠାରେ ରହିଥିବା ସେଣ୍ଟ ପିଟର କନଭେଣ୍ଟ ସ୍କୁଲରେ ଚାଲିଛି ପାଠ ପଢ଼ା। ପଠା ପଢା ସହ ପ୍ରଚଣ୍ଡ ଖରାରେ ପିଲା ମାନେ ସ୍କୁଲ ପରିସର ପଡ଼ିଆରେ ଖେଳୁଥିବା ମଧ୍ୟ ଦେଖିବାକୁ ମିଳିଛି l ତେବେ ବିଦ୍ୟାଳୟକୁ ସେଭଳି କୌଣସି ଚିଠି ଆସିନି ତେଣୁ ବିଦ୍ୟାଳୟ ଖୋଲାଯାଇଥିବା କହିଛନ୍ତି ବିଦ୍ୟାଳୟ କମିଟି ସମ୍ପାଦକ ଫାଦେର ବାବୁଲା l ଅନ୍ୟ ପକ୍ଷରେ ସ୍କୁଲ ଛୁଟି ସଂମ୍ପର୍କରେ ଟିଭିରେ ଦେଖିଛୁ l କିନ୍ତୁ ସ୍କୁଲ ପକ୍ଷରୁ ଛୁଟି ସମ୍ପର୍କରେ କୌଣସି ସୂଚନା ମିଳିନଥିବା କହିଛନ୍ତି ଅଭିଭାବକ l ଏଠାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କାଟୁ କରୁ ନ ଥିବା କହିଛନ୍ତି ବୃଦ୍ଧିଜୀବି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ