ମୁଖ୍ୟମନ୍ତ୍ରୀଙ୍କ  ବ୍ୟକ୍ତିଗତ ସଚିବଙ୍କ ହିଞ୍ଜିଳି ଗ୍ରସ୍ତ : ଉନ୍ନୟନ କାର୍ଯ୍ୟର ସମୀକ୍ଷା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦିଲ୍ଲିପ କୁମାର ମହାନ୍ତି ରବିବାର ପୂର୍ବାହ୍ନରେ ହିଞ୍ଜିଳି ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି । ରବିବାର ପୂର୍ବାହ୍ନରେ ସଚିବ ମହାନ୍ତି ହିଞ୍ଜିଳିକାଟୁ ପୌରାଂଚଳ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ପଂହଚି ବିଦ୍ୟାଳୟର ଅଭାବ, ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ବିଦ୍ୟାଳୟ ପରିସର ବୁଲି ଦେଖିଥିଲେ । ବିଦ୍ୟାଳୟ ପରିସରରେ ନିର୍ମାଣଧିନ ଥିବା କେନ୍ଦ୍ରୀୟ ବିଦ୍ୟାଳୟର କୋଠା ଦେଖିଥିଲେ । ପରେ କେନ୍ଦ୍ରୀୟ ବିଦ୍ୟାଳୟ ସକାଶେ ନିର୍ମାଣ ହେବାକୁ ଥିବା ସ୍ଥାନ ପରିଦର୍ଶନ କରିବା ସହ କୋଠା ନିର୍ମାଣ କାର୍ଯ୍ୟ ଶ୍ରୀଘ୍ର ସମ୍ପାଦନ କରିବା ପାଇଁ ପୂର୍ତ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।  ପୂର୍ବରୁ ହିଂଜିଳିକାଟୁ ପୌରାଂଚଳରେ ଅବସ୍ଥିତବୃନ୍ଦାବନ ବିଦ୍ୟାପିଠ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ମିଶ୍ରଣ କରାଯାଇ ସରକାରୀ ବୃନ୍ଦାବନ ବିଦ୍ୟାଳୟ କରାଯାଇଥିବା ବେଳେ ନିକଟ ଭବିଷ୍ୟତରେ ହିଂଜିଳି ବାଳକ, ବାଳିକା ବିଦ୍ୟାଳୟକୁ ସମିଶ୍ରଣ କରାଯିବାର ପ୍ରସ୍ଥାବ ରହିଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ. ସନାତନ ପଣ୍ଡା, ସଚିବ ମହାନ୍ତିଙ୍କୁ କହିଥିଲେ । ହିଂଜିଳି କାର୍ଯ୍ୟ ସାରି ଶେରଗଡ଼ ଅଭିମୂଖେ ଯାଇଥିଲେ । ପୁଣି ଥରେ ଅପରାହ୍ନରେ ହିଂଜିଳି ଗ୍ରସ୍ତରେ ଆସି ନିର୍ମାଣଧିନ ବସ ଟର୍ମିନାଲ ଓ ୮୦ ଶର୍ଯ୍ୟା ବିଶିଷ୍ଟ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟ ଶ୍ରୀଘ୍ର ସମାପନ କରିବା ଲାଗି ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।  ଓ ପରେ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟରେ ପଂହଚି ବିଭିନ୍ନବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ଉନ୍ନୟନ ମୁଳକ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନ କରିଥିଲେ । ସଚିବଙ୍କ ଗ୍ରସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ମହାପାତ୍ର, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୌରାଂଚଳ ବିଜେଡ଼ି ସଭାପତି ଭୀମସେନ ବେରୋ, ବିଇଓ ବସନ୍ତ କୁୂମାର ପଣ୍ଡା, ଏବିଇଓ ବିଶ୍ୱନାଥ ମହାରଣା, ପୂର୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ  ଲଡ଼ୁ କିଶୋର ପଣ୍ଡା, , ଉମାଚରଣ ପାଢି, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି,ଦେବାନନ୍ଦ ମହାପାତ୍ରଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ