ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଡକୁ ୪୩ହଜାର ଟଙ୍କା ଦାନକଲେ ଶିକ୍ଷକ ଶିକ୍ଷୟତ୍ରୀ

ହାଟଡ଼ିହି (ଓ୍ବାଇଏନ୍ଏସ୍) : କରୋନା ମହାମାରୀକୁ ନେଇ ଦେଶ ଏବେ ଘୋର ଆର୍ଥିକ ସଙ୍କଟରେ ଗତି କରୁଥିବାବେଳେ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଯାହାଦ୍ୱାରାକି ଅନେକ ସଂଗଠନ, ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରୁଥିବାବେଳେ ହାଟଡିହି ବ୍ଲକର କିଛି ଶିକ୍ଷକ ଶିକ୍ଷୟତ୍ରୀ ମିଶିକରି ୪୩ହଜାର ୩୦୩ଟଙ୍କା ଦାନ କରିଛନ୍ତି । ବିଦ୍ୟାଧର ସାହାଣି, ଜୟଶ୍ରୀ ସୁଆର, ସୁଧାକର ମହାପାତ୍ର, ଇନ୍ଦୁମତୀ ପାଣି, ଗୌରାଙ୍ଗ ଚରଣ ନାୟକ, ଗୌରାଙ୍ଗ ଚରଣ ଖିଲାର, ହେମନ୍ତ କୁମାର ସିହ, ରାଧାରାଣୀ ରାମ, ଶୁଭଶ୍ରୀ ସୁଆର, ସନ୍ଧ୍ୟାରାଣୀ ମହାରଣା, ସତ୍ୟବ୍ରତ ଦାସ, ରତ୍ନପ୍ରଭା ସେଠୀ, ଦେବାଶିଷ ବାରିକ, ଶୁଭସ୍ମୀତା ମହାନ୍ତି, ସୁଚିତ୍ରାରାଣୀ ରାଉତ, ଲତା ପରିଡା, ମମତା ଦାସ, ଅଭିମନ୍ୟୁ ଦାସ, ଦିପ୍ତି ଦେବଦର୍ଶନୀ ସୁତାର, ପ୍ରଭାକର ବେହେରା, ଓ କପିଳେଶ୍ୱର ହାଇସ୍କୁଲର ସମସ୍ତ ଶିକ୍ଷକ ମାନେ ମିଶିକରି ମୋଟ ୪୩୩୦୩ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରିଛନ୍ତି । ଏହି ଅବସରରେ ମହାମାରୀ କରୋନାକୁ ପ୍ରତିହତ କରିବାପାଇଁ ସମସ୍ତେ ସହଯୋଗ କରିବା ସହିତ ସଚେତନ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ