ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ

ନାଉଗାଁ, (ୱାଇଏନ୍‌ଏସ୍‌) :ନାଉଗାଁ ବ୍ଲକ ଘୋଡାଂଶ ପଂଚାୟତସ୍ଥିତ ଗାଦିବ୍ରହ୍ମ ସ୍ୱଂୟ ସହାୟକ ଦଳ ପକ୍ଷରୁ କୋଭିଡ-୧୯ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ପ୍ରଥମେ ଉକ୍ତ ଦଳର ସଭାନେତ୍ରୀ ପ୍ରତିମା ଭୋଇଙ୍କ ସଭାପତିତ୍ୱରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଦଳର ସଂଚିତ ଥିବା ଅର୍ଥରୁ ୧୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା କରିବା ପାଇଁ ସର୍ବସମତି କ୍ରମେ ସ୍ଥିର କରାଯାଇଥିଲା । ମଙ୍ଗଳବାର ଦଳର ସଭାନେତ୍ରୀ ଶ୍ରୀମତୀ ଭୋଇଙ୍କ ସମେତ ସଂପାଦକ କୁନିଲତା ଭୋଇ, ସାମଜସେବୀ ତରୁଣକାନ୍ତ ବାରିକ ପ୍ରମୁଖ ଓଡିଶା ଜୀବିକା ମିଶନର ବିପିଏମ ଦିପକ ମହାନ୍ତିଙ୍କ ସହାୟତାରେ ବିଡିଓଙ୍କ କାର‌୍ୟ୍ୟାଳୟରେ ଅତିରିକ୍ତ ବିଡିଓ ଦେବେନ୍ଦ୍ର କୁମାର ପ୍ରଧାନଙ୍କୁ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ