ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କଲେ ବିଧୟକ ପ୍ରଫୁଲ୍ଲ ସାମଲ
ବନ୍ତ(ଯୁଗାଦ୍ଧ ନ୍ୟୁଜ୍):ସାରା ଦେଶରେ ଏବେ କରୋନା ଆତଙ୍କ ଦେଖା ଦେଇଥିବା ବେଳେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ମାନ ନିଆଯାଉଛି କେନ୍ଦ୍ର ସରକାର ୨୧ ଦିନ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ଚଳିତ ମାସ ୨୯ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ କରିଛନ୍ତି କରୋନା ମୁକାବୁଲା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବା ଦ୍ରୁଷ୍ଟିରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ନିଜେ ମୁଖ୍ୟମନ୍ତ୍ରୀ ୩ ମାସର ଦରମା ପ୍ରଦାନ କରିବା ସହ ବିଜୁ ଜନତା ଦଳର ସମସ୍ତ ସାଂସଦ, ବିଧାୟକ ମାନଙ୍କୁ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଥିଲା ଫଳରେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ନିଜର ୩ ମାସର ଦରମା ପ୍ରଦାନ କରିଛନ୍ତି ବିଧାୟକଙ୍କର ଏତାଦ୍ରୁଶ କାର୍ଯ୍ୟକୁ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀବାସୀ ପ୍ରଶଂସା କରିଛନ୍ତି