ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଲେ ଉମାଦେଈବ୍ରହ୍ମପୁର ବାସୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବାଲିଅନ୍ତା ବ୍ଲକ ଉମାଦେଈବ୍ରହ୍ମପୁର ଗ୍ରାମପଞ୍ଚାୟତର ଗଡ଼ କଣ୍ଟୁଣିଆ ନିକଟସ୍ଥ ସୁଦର୍ଶନ ଦାରୁପୀଠ ନିକଟରେ ନିର୍ମିତ ହେଉଥିବା ଶ୍ରୀ ଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ଇତିମଧ୍ୟରେ ୧ କୋଟି ଟଙ୍କାର ଅର୍ଥ ମଞ୍ଜୁର ହୋଇଛି । ଏହି ଅବସରରେ ଉମାଦେଈବ୍ରହ୍ମପୁର ପଞ୍ଚାୟତ ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ତଥା ମୋ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ପଞ୍ଚାତବାସୀ ବାଲିଅନ୍ତା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ôଚ ବିଡ଼ିଓ ପବିତ୍ର କୁମାର ସାମଲଙ୍କୁ ମୁକୁଟ, ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବୋଧିତ କରିବା ସହ ମୁଖ୍ୟମନ୍ତ୍ରୀ ଓ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନା ଅନୁସାରେ ୨୦୧୫ ମସିହାରେ ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ସମୟରେ ଏହି ସ୍ଥାନରୁ ସୁଦର୍ଶନ ଦେବଙ୍କ ଦାରୁ ମିଳିଥିଲା । ଏହାପରେ ଏହି ପୂଣ୍ୟ କ୍ଷେତ୍ରର ଉନ୍ନତି ନିମନ୍ତେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇ ମନ୍ଦିର ପରିଚାଳନା ନିମନ୍ତେ ଶ୍ରୀ ଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଗଠନ କରାଯାଇଥିଲା । କିନ୍ତୁ ଦୀର୍ଘ ୮ ବର୍ଷ ହେବ ମନ୍ଦିର ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହି କାର୍ଯ୍ୟ ଆଗେଇ ପାରୁନଥିଲା । ମନ୍ଦିରର ନିର୍ମାଣ ସହ ଉନ୍ନତି ନିମନ୍ତେ ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ର, ସରପଞ୍ଚ ରମାଲତା ନାୟକ, ମନ୍ଦିର ପରିଚାଳନା କମିଟି ଅଞ୍ଚଳର କିଛି ବୁଦ୍ଧିଜୀବୀ ବାରମ୍ବାର ଦାବିକରି ଆସୁଥିଲେ । ଗତ ୨୫ ତାରିଖରେ ମନ୍ଦିର ନିର୍ମାଣ ନିମନ୍ତେ ୧ କୋଟି ଟଙ୍କାର ଅର୍ଥ ମଞ୍ଜୁର କରାଯାଇଛି । ଆଜି ସନ୍ଧ୍ୟାରେ କୃତଜ୍ଞତା ପୂର୍ବକ ପରିଚାଳନା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ୧୦୮ ଦୀପ ଲଗାଯିବ ବୋଲି ସୂଚନା ମିଳିଛି । ଦୀର୍ଘଦିନର ଦାବି ପୂରଣ କରି ମନ୍ଦିର ନିମନ୍ତେ ଅର୍ଥ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ଅଶେଷ ଧନ୍ୟବାଦ ବୋଲି ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ର କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ରମାଲତା ନାୟକ, ବରିଷ୍ଠ ଶିକ୍ଷାବିତ୍ ବିଦୁଭୂଷଣ ପଟ୍ଟନାୟକ, ରାମକୃଷ୍ଣ ଦାସ, ଚକ୍ରଧର ନାୟକ, ଲକ୍ଷ୍ମଣ ଜେନା, ସହଦେବ ସ୍ୱାଇଁ, ପ୍ରିୟବ୍ରତ ପାତ୍ର, ବାମଦେବ ପରିଡ଼ା, ତରୁଣ ବେହେରା, ୱାର୍ଡ଼ ସଭ୍ୟା ସତ୍ୟଭାମା ସ୍ୱାଇଁ, ଗୀତାଞ୍ଜଳି ଭୋଇ, ସୁଚିତ୍ରା ଭୋଇ, ଅଭିମନ୍ୟୁ ଭୋଇଙ୍କ ସମେତ ଶତାଧିକ ପଞ୍ଚାୟତବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ