ରେଳ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ଓ ୫୦ଜଣ ଆହତ ଅତ୍ୟନ୍ତ ଦୁର୍ଭାଗ୍ୟଜନକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶାରେ ପୁଣି ପଲାସା ପାସେଞ୍ଜର ଏବଂ ରାୟଗଡ଼ା ପାସେଞ୍ଜର କଣ୍ଟକପାଲି ରେଳ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ଓ ୫୦ଜଣ ଆହତ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତୁରନ୍ତ ଇସ୍ତଫା ଦେବାକୁ ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଦାବି କରିଛନ୍ତି । ଓଡ଼ିଶାରେ ନିୟମିତ ବ୍ୟବଧାନରେ ସିରିଜ ରେଳ ଦୁର୍ଘଟଣା ପାଇଁ ଦାୟୀ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀ ପ୍ରତିଟି ଜୀବନ ମୂଲ୍ୟବାନ ନିୟମ ପାଳନ କରିବାରେ କେନ୍ଦ୍ରର ବିଜେପି ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଫଳ ହୋଇଛନ୍ତି ଏବଂ ତୁରନ୍ତ ଇସ୍ତଫା ଦେବାକୁ ରାଉତ ଦାବି କରିଛନ୍ତି । ବାହାନଗା ରେଳ ଦୁର୍ଘଟଣା ପରେ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳମନ୍ତ୍ରୀ ପଦରୁ ନ ହଟାଇ ପ୍ରଧାନମନ୍ତ୍ରୀ ମୋଦି ନିଜ ନୀତିର ଅନୁଶୀଳନ କରନ୍ତୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ