ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ କାର୍ଯକ୍ରମରେ ୨୨୫ ଆଦିବାସୀ ଯୁବ ଉଦ୍ୟୋଗୀଙ୍କୁ ଚେକ୍ ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ବିଜୁ କଲ୍ୟାଣ ମଣ୍ଡପ ଠାରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ମରୀୟମ ରଇତ,ଅଧ୍ୟକ୍ଷା ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଜପତି, ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା ପୌରପରିଷଦ ପାରଳାଖେମୁଣ୍ଡି, ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ,ଅତିରିକ୍ତ ଜିଲ୍ଲାପାଳ ଗଜପତି, ଶ୍ରୀ ଫାଲଗୁନି ମାଝୀ, ପ୍ରକଳ୍ପ ପ୍ରଶାସକ,ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପାରଳାଖେମୁଣ୍ଡି , ସିସିଡ଼ି ଏନଜିଓ ର ମୁଖ୍ୟ ଶ୍ରୀ ଏ.ଜଗନ୍ନାଥ ରାଜୁ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଥିବା ସମସ୍ତ ଆଦିବାସି ଯୁବକଯୁବତୀ ଉଦ୍ୟୋଗୀ ମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ଭଲ ଉଦ୍ୟୋଗୀ ହେବାପାଇଁ କହିଥିଲେ। ଏହାସହ ଜିଲ୍ଲାପାଳ ଯୁବ ଉଦ୍ୟୋଗୀ ମାନଙ୍କୁ ଚେକ୍ ପ୍ରଦାନ କରିବା ସହ ବ୍ୟବସାୟ କ୍ଷେତ୍ରରେ କିଭଳି ସଫଳତା ପାଇପାରିବା ସେ ନେଇ ଆସିଥିବା ଯୁବ ଉଦ୍ୟୋଗୀ ଙ୍କୁ ଜିଲ୍ଲାପାଳ ଉତ୍ସାହିତ କରିବା ସହିତ ମନବଳ ବଡେଇ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୨୨୫ ଜଣ ଜନଜାତି ଯୁବ ଉଦ୍ୟୋଗୀଙ୍କୁ ୫୦ ହଜାର ଟଙ୍କା ଲେଖଏଁ ଆର୍ଥିକ ସହାୟତା ରାଶି ଚେକ୍ ପ୍ରଦାନ କରାଯାଇଥିବା ବେଳେ ୧୪୩ ଗୋଟି ଜନଜାତି ଜୀବିକା ବିକାଶ ପରିଷଦକୁ ମାନ୍ୟତା ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଆକର୍ଷଣ କରିବା ପାଇଁ ଲାଞ୍ଜିଆ ସୌରା ଓ ସୌରା ଜନଜାତି ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟର ପ୍ରକଳ୍ପ ପରିଚାଳକ ଶ୍ରୀ ଶିବାଜୀ ପ୍ରଧାନ, କୃଷି ବିଶେଷଜ୍ଞ ଶ୍ରୀ ସିମାନ୍ଦ୍ରି ଭଗବାନ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ପରିଚାଳକ ଶ୍ରୀ ଆଲୋକ ସାହୁ ଉପସ୍ଥିତ ଥିବା ବେଳେ ବିଭାଗୀୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ