ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଯୋଜନାରେ ଚାଷୀଙ୍କୁ ପାଣିପମ୍ପ ବଣ୍ଟନ
କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ସ୍ୱମନିତ ଆଦିବାସୀ ଉନ୍ନୟନ ସଂସ୍ଥା କରଞ୍ଜିଆ ପକ୍ଷରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଯୋଜନା ରେ ଚାଷୀଙ୍କୁ ପାଣିପମ୍ପ ସେଟ ବଣ୍ଟନ କାର୍ଯ୍ୟକ୍ରମ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଯୋଜନା ରେ ପାଞ୍ଚପିଢ଼ ଉପଖଣ୍ଡର ଶୁକୃଳି, ରରୁଆଁ, ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ ବ୍ଲକର ୬୪ ଜଣ ଜନଜାତି ପୁରୁଷ ଓ ମହିଳା ଚାଷୀଙ୍କୁ ୬୪ ଟି ପମ୍ପ ସେଟ ପ୍ରଦାନ କରାଯାଇଛି
ମୁଖ୍ୟମନ୍ତ୍ରୀ ଜୀବନ ଜୀବିକା ମିଶନ ର ପ୍ରକଳ୍ପ ପରିଚାଳକ ପିୟୁଷ ଦାସ ଙ୍କ ତତ୍ୱାବଧାନ ରେ ମୁଖ୍ୟଅତିଥି ରୂପେ କରଞ୍ଜିଆ ଉପଜିଲ୍ଲାପାଳ ତଥା ଭାରପ୍ରାପ୍ତ ଆଇଟିଡିଏ ପିଏ ପ୍ରେମାଂଶୁ ଚାନ୍ଦ ଯୋଗଦେଇ ଚାଷୀଙ୍କୁ ପମ୍ପ ବଣ୍ଟନ କରିଥିଲେ , ଏହି କାର୍ଯ୍ୟକ୍ରମ ରେ ଦକ୍ଷତା ବୃଦ୍ଧି ଏସଏମଏସ ସ୍ମିତାଶ୍ରୀ ଜେନା , କୃଷି ଏସଏମଏସ ମୋନିକା , ମୁଖ୍ୟମନ୍ତ୍ରୀ ଜୀବନ ଜୀବିକା ମିଶନ ବିଶେଷଜ୍ଞ ଭାରତୀ ରାଜ,ପ୍ରୋମଦ ପଲେଇ , ଅରୁଣ ମହାନ୍ତ , ପରେଶ ଚନ୍ଦ୍ର ମହାନ୍ତ , ସଙ୍ଗୀତ କୁମାର ମହାନ୍ତ ଙ୍କ ସହିତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ଜୀବନ ଜୀବିକା ମିଶନ ରେ ପ୍ରଦତ୍ତ ଏହି ମୋଟର ପମ୍ପ ଚାଷୀ ଙ୍କୁ ଜଳସେଚନ ରେ ସହାୟକ ହେବା ସହିତ ଅଧିକ ଭିନ୍ନ କିସମ ର ଚାଷ କରି ସ୍ୱାବଲମ୍ବୀ ହେବାରେ ସହାୟକ ହେବ ବୋଲି ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ପ୍ରକାଶ କରିଛନ୍ତି ଏହି କାର୍ଯ୍ୟକ୍ରମ ପରିଚାଳନା ରେ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ.