ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଛତ୍ରପୁର,(ଦେବଦତ୍ତ ମହାରଣା) : ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶୁକ୍ରବାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଜଂୟ ରେଡ୍ଡି ସାମିଲ ହୋଇ ନିଜେ ହାତରେ ଝାଡୁ ଧରି ଡାକ୍ତରଖାନା ସଫେଇ କାମରେ ହାତ ବଢାଇଥିଲେ । ଡାକ୍ତରଖାନା ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏଥିସହ ଡାକ୍ତରଖାନାର ରୋଗୀ ସେବା ଏବଂ ଅନ୍ୟାନ୍ୟ ବ୍ୟବସ୍ଥାକୁ ତଦାରଖ କରି ନିଜେ ବ୍ଲକ ଅଧ୍ୟକ୍ଷ ରକ୍ତପରୀକ୍ଷା କରି ମେସିନ୍‌ର ଗୁଣମାନ ଯାଂଚ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ ଅଫିସର ଡାକ୍ତର ଶିଶିଲ ରେଡ୍ଡି,ଡାକ୍ତର ସ୍ମୃତି ରଞ୍ଜନ ନାୟକ,ଡାକ୍ତର ପୁର୍ଣ୍ଣ ନାୟକ, ଫାର୍ମାସିଷ୍ଟ ବସନ୍ତ ସୁବୁଦ୍ଧି, ରୋଗୀ କଲ୍ୟାଣ ସମିତିର ସଭ୍ୟ ଶମ୍ଭୁନାଥ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଓ ବିପିଏମ ସିମାଚଂଳ ପ୍ରଧାନ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ