ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ର ଟିକାକରଣର ଶୁଭାରମ୍ଭ

ଛତ୍ରପୁର,(ଦେବଦତ୍ତ ମହାରଣା) : ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସୋମବାର ଟିକାକରଣର ଶୁଭାରମ୍ଭ ହୋଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା , ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି, ପୋଟ୍ଟଲାମପୁର ସରପଞ୍ଚ ସୁବାସିନୀ ବାରିକି ଓ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସନ୍ତୋଷିନି ସେଠୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ସ୍ୱାସ୍ଥ୍ୟ କେନ୍ଦ୍ର ର ଆଟେଣ୍ଡେଣ୍ଟ ସୁବାସ ଚନ୍ଦ୍ର ପଣ୍ଡା ପ୍ରଥମେ କୋଭିଡ୍ ଟିକା ନେଇ ଅନ୍ୟମାନଙ୍କୁ ଟିକା ନେବା ନିମନ୍ତେ ଉତ୍ସାହିତ କରିଥିଲେ । ପରେ ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସେଠୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଏହି ଟିକା ନେଇଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସମୁଦାୟ ୭୩୭ ଜଣ ଟିକା ନେବା ନିମନ୍ତେ ପଞ୍ଜିକୃତ କରିଥିବା ବେଳେ ଆଜି ୬୦ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଡାକ୍ତର ଶିଶିଳ ରେଡ୍ଡି, ଡାକ୍ତର ଅଜିତ୍ ନାୟକ, ଡାକ୍ତର ସ୍ମୃତି ନାୟକ, ଡାକ୍ତର ପୁର୍ଣ୍ଣ ରାଓ , ଡାକ୍ତର ମଧୁସ୍ମିତା, ରୋଗୀ କଲ୍ୟାଣ ସମିତିର ସଦସ୍ୟ ଶମ୍ଭୂ ନାଥ ସ୍ୱାଇଁ , ପ୍ରବାସୀ ପ୍ରଧାନ ଓ ସୁକାନ୍ତ ନାହାକ ପ୍ରମୂଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିପିଏମ ସିମାଞ୍ଚଳ ପ୍ରଧାନ ଓ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ