ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ ଶନିବାର ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଜନସାଧାରଣଙ୍କୁ ଉଚିତ ସେବା ଯୋଗାଇଦେବା ନିମନ୍ତେ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ର ଆବଶ୍ୟକୀୟ ଅନୁଯାୟୀ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲ।। ହସ୍ପିଟାଲର ଡ୍ରେନେଜ ସିଷ୍ଟମ କୁ ସଠିକ ଭାବେ କାର୍ଯ୍ୟକାରୀ କରିବା, ଷ୍ଟାପ ମାନଙ୍କ କ୍ୱାର୍ଟର ଗୁଡିକ ରିପେରିଂ କରିବା, ଫ୍ଲେବର ବ୍ଲକ ରୋଡ କରିବା, ପାଥଲେଜି ସମ୍ମୁଖରେ ରୋଗୀଙ୍କ ରହଣୀ କୋଠରୀ, ବଗିଚାର ଉନ୍ନତୀ କରଣ , ସୋଲାର ଲାଇଟ (ହାଇମାକ୍ସ) ଲଗାଇବ , ଜଳ ସଂରକ୍ଷଣର ସବ୍ୟବସ୍ଥା କରିଲେ ଏହା ପାଣି ଗୁଡିକ ବଗିଚା ଏବଂ ସଫାସୁତରା କାମରେ ଆସିବ, ଚବିଶ ଘଣ୍ଟିଆ ବିତ୍ୟୁତ୍ ବ୍ୟବସ୍ଥା ନିମନ୍ତେ ଜେନେରେଟର ର ସୁବ୍ୟବସ୍ଥା କରିବା ସହିତ ରୋଗୀଙ୍କ ହିତ ନିମନ୍ତେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲ।। ଡ୍ରେନେଜ ସମସ୍ୟା ଠାରୁ ଆରମ୍ଭ କରି ଯେଉଁ ଯେଉଁ କାମ ଗୁଡିକ ହୋଇପାରିବ ସେଥି ନିମନ୍ତେ ବିଧାୟକ ଶ୍ରୀ ବେହେରା ଛତ୍ରପୁର ବିଡିଓ ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ହସ୍ପିଟାଲରେ ରୋଗୀ ମାନଙ୍କୁ ଉପଯୁକ୍ତ ଆମ୍ବୁଲାନ୍ସ ର ସୁବିଧା ଯୋଗାଇବା ନିମନ୍ତେ ରୋଗୀ କଲ୍ୟାଣୀ ସମତି ର ସଭ୍ୟ ପ୍ରବାସୀ ପ୍ରଧାନ ଓ ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ କମିଟିର ଅନ୍ୟାନ୍ୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାସହିତ ଆବଶ୍ୟକୀୟ ଅନୁଯାୟୀ ସମସ୍ତ ଡାକ୍ତର ଏବଂ ଷ୍ଟାପ ନର୍ସ ପଦବୀ ପୂରଣ କରିବା ନିମନ୍ତେ ଉଭୟ କହିଥିଲେ । ଏନେଇ ଛତ୍ରପୁର ବିଧାୟକ ସିଡିଏମଓ ଙ୍କ ସହ ତୁରନ୍ତ ଫୋନରେ ଯୋଗାଯୋଗ କରିଥିଲେ । ଗତକିଛି ଦିନ ତଳେ ଜନନୀ ସୁରକ୍ଷା ଆମ୍ବୁଲାନ୍ସ ଛତ୍ରପୁର ରହି ଏଠାକର ସେବା ଯୋଗାଇ ଦେବା ଭଳି କାର୍ଯ୍ୟ କରୁଥିବା ଦର୍ଶାଯାଉଥିବା ବୋଲି ମଧ୍ୟ ଉଭୟ ଅଭିଯୋଗ କରିଥିଲେ । ଏ ବିଷୟରେ ହସ୍ପିଟାଲର ଭାରପ୍ରାପ୍ତ ଅଧିକ୍ଷୀକ ସୈାମ୍ୟକାନ୍ତ ମହାପାତ୍ର କହିଥିଲେ ଯେ ଜନନୀ ସୁରକ୍ଷା ଆମ୍ବୁଲାନ୍ସ ଏପରି ଅଭିଯୋଗ ଆସିବା ମାତ୍ରେ କଡାଯାଇଛି । ହସ୍ପିଟାଲପକ୍ଷରୁ ରୋଗୀଙ୍କୁ ସମସ୍ତ ଉଚିତ ସେବା ଯୋଗାଇଦେବା ନିମନ୍ତେ ସମସ୍ତ ଡାକ୍ତର ଓ କର୍ମଚାରୀ ମାନେ କାର୍ଯ୍ୟ ଜାରୀ ରଖିଛନ୍ତି ବୋଲି ମଧ୍ୟ ସେ କହିଥିଲେ । ନିରୀକ୍ଷକ କାର୍ଯ୍ୟକ୍ରମ କୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ଚଳିତ ବର୍ଷ କାୟାକଳ୍ପ ପରୀକ୍ଷାରେ ଆମ ହସ୍ପିଟାଲ ପାସ ହୋଇଛି । ଆଗାମୀ ଦିନରେ ଜାତୀୟ ସ୍ତରରେ କିପରୀ ଉତୀନ୍ନ ହେବୁ ସେଥି ନିମନ୍ତେ ପ୍ରସ୍ତୁତ ଜାରୀ ରଖିଛୁ ବୋଲି ହସ୍ପିଟାଲର ଭାରପ୍ରାପ୍ତ ଅଧିକ୍ଷୀକ ଶ୍ରୀ ମହାପାତ୍ର କହିଥିଲେ । ବୈଠକ ପ୍ରାରମ୍ଭରେ ହସ୍ପିଟାଲର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବା ବେଳେ ବିପିଏମ ସିମାଞ୍ଚଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ଡାକ୍ତର ଦିବସ ହୋଇଥିବା ଯୋଗୁଁ ବିଧାୟକ ଶ୍ରୀ ବେହେରା ସମସ୍ତ ଡାକ୍ତରଙ୍କୁ ଆଜି ଦିବସର ଅଵସର ରେ ଶୁଭେଚ୍ଛା ଦେବା ସହିତ ଡାକ୍ତର ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ହସ୍ପିଟାଲ କାୟାକଳ୍ପ ରେ ପାସ କରିଥିବାରୁ ସମସ୍ତ ଡାକ୍ତର , ନର୍ସ ଏବଂ କର୍ମଚାରୀ ମାନଙ୍କୁ ବିଧାୟକ ଶ୍ରୀ ବେହେରା ମାନପତ୍ର ପ୍ରଦାନ କରିଥିଲେ । ଏହି ବୈଠକରେ ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ , ସିଡିପିଓ ପ୍ରଣମିତା ପଣ୍ଡା, ହସ୍ପିଟାଲର ଭାରପ୍ରାପ୍ତ ଅଧିକ୍ଷୀକ ସୈାମ୍ୟକାନ୍ତ ମହାପାତ୍ର ପୋଟ୍ଟଲାମପୁର ସରପଞ୍ଚ ନୀରଜଂନ ପ୍ରଧାନ , ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ସଭ୍ୟ ପ୍ରବାସୀ ପ୍ରଧାନ , ଡାକ୍ତର ସନ୍ତୋଷୀନୀ ସେଠୀ, ଡାକ୍ତର ସ୍ୱାଧୀନ ରଥ, ଡାକ୍ତର ଚନ୍ଦ୍ର ଶେଖର ମିଶ୍ର ଓ ଡାକ୍ତର ଅଜିତ କୁମାର ନାୟକ, ପ୍ରମୋଦ କୁମାର ସାହୁ, ରାଜେନ୍ଦ୍ର ନାହାକ ଙ୍କ ସମେତ ହସ୍ପିଟାଲ ର ସମସ୍ତ କର୍ମଚାରୀ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।