ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦାନ୍ତ ବହିର୍ବିଭାଗ ର ଶୁଭାରମ୍ଭ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ମୁନିସିପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘ ଦିନ ହେଲା ଦନ୍ତ ଚିକିତ୍ସକ ଥିବା ସ୍ଵତେ, ଦାନ୍ତ ଚିକିତ୍ସା ଉପକରଣ ମାନ ଆଜି ଅଧିକ୍ଷକ ଡ଼ା ସୌମ୍ୟ କାନ୍ତ ମହାପାତ୍ର ଓ ଦାନ୍ତ ଚିକିତ୍ସକ ଡ଼ା ଅଜିତ ନାୟକ ଙ୍କ ତତ୍ତ୍ଵାବଧାନରେ ସ୍ଥାପିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଡ଼ା ମହାପାତ୍ର ଖୁସି ବ୍ୟକ୍ତ କରି ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡ଼ା ଉମା ଶଙ୍କର ମିଶ୍ର ଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ ଏଥର ସବୁ ଦାନ୍ତ ସମସ୍ୟା ଥିବା ରୋଗୀ ସମ୍ପୂର୍ଣ୍ଣ ଚିକିତ୍ସା ପାଇପାରିବେ। ତତ୍ସହିତ ଡା ନାୟକ କହିଛନ୍ତି ଯେ ବହୁ ଦିନ ପରେ ଉପକରଣ ସ୍ଥାପିତ ହେବା ଦ୍ବାରା ଦାନ୍ତ ଜନିତ ସମସ୍ୟା ର ବହୁ ମାତ୍ରା ରେ ସମାଧାନ ହେଇ ପାରିବ। ଉକ୍ତ ସମାରୋହ ରେ ସମସ୍ତ ଡାକ୍ତର ବୃନ୍ଦ , ପି ଏଚ ଇ ଓ, ବି ପି ଏମ, ବାମ, ବି ଡି ଏମ ଓ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ