“ମୁନ୍ନା ବଦ୍ନାମ୍ ହୁଆ’ ଗୀତରେ ଏକାଠି ନାଚିବେ ସଲମାନ, ପ୍ରଭୁଦେବା

ଦବଙ୍ଗ-୩ର ଜବରଦସ୍ତ ଟ୍ରେଲର ରିଲିଜ ହେବା ପରେ ଏବେ ବ୍ୟାକ ଟୁ ବ୍ୟାକ ଗୀତଗୁଡିକ ମଧ୍ୟ ରିଲିଜ ହେବାରେ ଲାଗିିଛି । ଦବଙ୍ଗ ଫିଲ୍ମର ମୁନ୍ନି ବଦନାମ ହୁୟି..ଗୀତଟି ଦର୍ଶକଙ୍କଠାରେ ବେଶ ଲୋକପ୍ରିୟ ହୋଇଥିବାବେଳେ ଦବଙ୍ଗ-୩ରେ ମୁନ୍ନି ନୁହେଁ, “ମୁନ୍ନା ବଦ୍‌ନାମ ହୁଆ’ ଗୀତ ରହିବ । ଖୁବ୍‌ଶୀଘ୍ର ଏହାର ଭିଡିଓ ମଧ୍ୟ ରିଲିଜ୍ କରାଯିବ । ଏଥିରେ ସଲମାନଙ୍କ ସହ ନଜର ଆସିବେ ଫିଲ୍ମର ନିର୍ଦ୍ଦେଶକ ପ୍ରଭୁଦେବା । ଉଭୟ ଏହି ଗୀତରେ ଧୂମ୍ ନାଚିଥିବା କୁହାଯାଉଛି । ସଲମାନ ଏବଂ ପ୍ରଭୁଦେବା ବ୍ୟତୀତ ଏହି ଗୀତରେ ୱାରିନା ହୁସେନ ମଧ୍ୟ ଅଭିନୟ କରିଛନ୍ତି । ଗୀତଟି ଦର୍ଶକଙ୍କ ଦ୍ୱାରା ବେଶ ଆଦୃତ ଲାଭ କରିବ ବୋଲି ଆଶା ରଖିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ । ଏହି ଗୀତଟିକୁ କମ୍ପୋଜ କରିଛନ୍ତି ହିଟ ଯୋଡି ସାଜିଦ-ନାଜିଦ । ଏଥର ପୋଲିସବାଲା ଗୁଣ୍ଡା ହୋଇ ଦର୍ଶକଙ୍କ ପାଖକୁ ଆସୁଛନ୍ତି ଚୁଲବୁଲ ପାଣ୍ଡେ ବା ସଲମାନ ଖାନ । ଦବଙ୍ଗ-୩ରେ ସଲମାନଙ୍କ ସହ ମୁଖ୍ୟ ଭୂମିକାରେ ଦୁଇ ଜଣ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବେ । ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବ୍ୟତୀତ ଏହି ଫିଲ୍ମରେ ନବାଗତା ସାଇ ମଙ୍ଗେସ୍କରଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଅନ୍ୟପକ୍ଷରେ ଦକ୍ଷିଣ ଫିଲ୍ମ ଜଗତର ଅଭିନେତା ସୁଦିପ ଖଳନାୟକ ଭୂମିକାରେ ନଜର ଆସିବେ । ପ୍ରଭୁଦେବା ଦବଙ୍ଗ-୩ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସଲମାନଙ୍କ ଭାଇ ଅରବାଜ ଖାନ । ଆସନ୍ତା ଡିସେମ୍ବର ୨୦ ଖ୍ରୀଷ୍ଟମାସ ଅବସରରେ ବଡ ପରଦାରେ ଫିଲ୍ମଟି ରିଲିଜ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ