ମୁଳୁଗାଁ ପଞ୍ଚାୟତ କାର୍ଯ୍ୟାଳୟରେ କୋଭିଡ୍ -19 ପରୀକ୍ଷା
ବାଲିକୁଦା,(ଅନସୂୟା ରାଉତ): ଏବେ କରୋନା ମହାମାରୀ ସହର ଛାଡି ଗାଁରେ କାୟାବିସ୍ତାର କଲାଣି। ଏହାକୁ ଦୃଷ୍ଟିରେ ରଖି ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ମୁଳୁଗାଁ ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟରେ କରୋନା ପରୀକ୍ଷା କରାଇଥିଲେ। ଆଜି ପଞ୍ଚାୟତର ୧୮ ଟି ୱାର୍ଡ଼ର ୫୦ଜଣ ବ୍ୟକ୍ତି କରୋନା ପରୀକ୍ଷା କରି ଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ କରୋନା ପଜିଟିବ୍ ବୋଲି ଜଣାପଡିଥିଲେ। ସେମାନଙ୍କୁ ସରକାରୀ ପ୍ରତିଶେଧକ ଔଷଧ ପ୍ରଦାନ କରିବା ସହ ଘରୋଇ ନୀତି ନିୟମ ଅନୁସାରେ ରହିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରତିନିଧି ଅଚ୍ୟୁତାନନ୍ଦ ପରିଡା, ସମାଜ ସେବୀ ରାକେଶ ମହାପାତ୍ର ଓ ୧୮ଗୋଟି ୱାର୍ଡ଼ର ଆଶା ମାନେ ସହଯୋଗ କରିଥିଲେ। ସରପଞ୍ଚ ପ୍ରତିନିଧିଙ୍କର ଏହି କାର୍ଯ୍ଯକୁ ସବୁମହଲରେ ପ୍ରଶଂସା କରାଯାଇଛି।