ମୁଳୁଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଦ୍ୱତୀୟ ପର୍ଯ୍ୟାୟ ଆଣ୍ଟିଜେନ୍ ପରୀକ୍ଷା
ଜଗତସିଂହପୁର,(ଅନସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ମୁଳୁଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍ ପରୀକ୍ଷା ଶେଷ ହୋଇଛି । ପଞ୍ଚାୟତର ୧୮ଗୋଟି ୱାର୍ଡ଼ର ୨୧ ଜଣ ବ୍ୟକ୍ତି କୋଭିଡ୍ ପରୀକ୍ଷା କରି ଥିଲେ । ସମସ୍ତଙ୍କ ନେଗେଟିଭ୍ ରିପୋର୍ଟ ଆସିଛି । ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ପରୀକ୍ଷା କରି ଥିଲେ । ସେମାନଙ୍କ ମଧ୍ୟରୁ ୫ଜଣ ପଜେଟିଭ୍ ଥିଲେ । ଏବେ ଗାଁ ଲୋକଙ୍କ ଶରୀରରେ କୋଭିଡ୍ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ସରପଞ୍ଚ ପ୍ରତିନିଧି ଅଚ୍ୟୁତାନନ୍ଦ ପରିଡା ଆୟୋଜନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ କମଳାକାନ୍ତ ମହାପାତ୍ର, ଶିକ୍ଷାବିତ ସମାଜସେବୀ ରାକେଶ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ସରପଞ୍ଚ ପ୍ରତିନିଧି ଅଚ୍ୟୁତାନନ୍ଦ ପରିଡାଙ୍କ ସ୍ୱାସ୍ଥ୍ୟ ସେବା ଏହି କାର୍ଯ୍ୟକୁ ସବୁଦିଗରୁ ପ୍ରଶଂସା କରାଯାଇଛି ।