ମୁସଲିମ ୱେଲଫେୟାର ସୋସାଇଟି ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା ): ବାଲେଶ୍ୱରର ଅନ୍ୟତମ ସାମାଜିକ ସଂଗଠନ ‘ମୁସଲିମ ୱେଲଫେୟାର ସୋସାଇଟି ପକ୍ଷରୁ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ସହରର ପୁଲବଜାରସ୍ଥିତ ନିକାହ ହଲରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶେଷଜ୍ଞ ଡାକ୍ତର ଅଜୟ ସିଂହ, ହସପିଟାଲ ମ୍ୟାନେଜର ବିନୋଦ କୁମାର ନାୟକ, ଫାର୍ମାସିଷ୍‌ତଟ କୌଶଲ୍ୟା ଦେହୁରୀ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଆଖି ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ । ପୁଲବଜାର ଓ ତାର ଆଖପାଖ ଅଞ୍ଚଳରୁ ଶତାଧିକ ବ୍ୟକ୍ତି ଏହି ଶିବିରରେ ଚକ୍ଷୁ ପରୀକ୍ଷା କରାଇଥିବା ବେଳେ ତନ୍ମଧ୍ୟରୁ ୧୦ଜଣଙ୍କର ମୋତିଆବିନ୍ଦୁ ଥିବା ଜଣାପଡ଼ିଥିଲା । ସେମାନଙ୍କର ଅପରେସନ ପାଇଁ ସୋସାଇଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ସୋସାଇଟିର ନୂତନ ସଦସ୍ୟ ହାଇଦର ଖାଁ ଓ ଶେଖ ନଜିମଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ସୋସାଇଟିର ସଭାପତି ମହମ୍ମଦ ମୁକ୍ତାର ଅହେମ୍ମଦ, ଉପ-ସଭାପତି ଅସଲମ ଖାନ ଓ ସଲିମ ରାଜା, ସମ୍ପାଦକ ଶେଖ ଆୟୁବ, ଅବଦୁଲ ମୁକ୍ତାର ଖାଁ, ଶେଖ ରଜବ ଅଲ୍ଲି, କୋଷାଧ୍ୟକ୍ଷ ହାଜି ଶେଖ ଜମାଲ, ମିଡିଆ ସଂଯୋଜକ ଶେଖ ଅଲ୍ଲି ମହମ୍ମଦ, ହାଜି ମହମ୍ମଦ ଗୁଲାମ ଖାଁ, ମହମ୍ମଦ ଆବିଦ, ହାଜି ଶେଖ ମଜିଦ, ହମିଦ ଖାଁ ପ୍ରମୁଖ ସୋସାଇଟିରେ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ଏହି ଶିବିରକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ