ମୃତ୍ୟୁ ଶିକ୍ଷକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ସହ ପରିବାରର ଜଣକୁ ସରକାରୀ ଚାକିରୀ ଦେବା ଦାବି

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଲଛମନପଲ୍ଲୀ ଗ୍ରାମର କେ. ରାଇସିଙ୍ଗା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ସୁଦ୍ଧାର୍ଥ ଶଙ୍କର ପାଢୀ ଓ କବିସୂର୍ଯ୍ୟନଗର ଏସ୍‌. ପଙ୍କନବାଡ଼ି ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ସୀମାଞ୍ଚଳ ଶତପଥୀ ଏକମାସ ଧରି ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କ ଦାୟିତ୍ୱରେ ଥିଲେ । ମାସେ କାଳ ସଙ୍ଗରୋଧ କେନ୍ଦ୍ର ଦାୟତ୍ୱରେ ରହିବା ପରେ ମଧ୍ୟ ସେମାନଙ୍କ ସ୍ୱାବ ନମୂନା ପରୀକ୍ଷା କରାଗଲା ନାହିଁ । ତେଣୁ ସେମାନେ କରୋନାରେ ଆକ୍ରାନ୍ତ ହୋଇ ଶେଷ ପର୍ଯ୍ୟାୟରେ କରୋନା ପଜେଟିଭ ଜଣାପଡ଼ିବା ପରେ ଡ଼ାକ୍ତରଖାନାରେ ଦୁଇଦିନ ମଧ୍ୟରେ ମୃତ୍ୟୁବରଣ କଲେ । ରାଜ୍ୟର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ସଙ୍ଗରୋଧ କେନ୍ଦ୍ର ହୋଇଥିବା ବେଳେ ତାହାର ଦାୟିିତ୍ୱରେ ଥିବା ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ କରୋନା ସଂକ୍ରମଣ ପ୍ରତିରୋଧ ପୋଷାକ, ଗ୍ଲୋବ୍‌ସ, ସ୍ୱତନ୍ତ୍ର ମାସ୍କ ଓ ସାନିଟାଇଜର ଯୋଗାଇ ଦିଆଯାଉ ନାହିଁ । ସେହି କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକଶିକ୍ଷୟିତ୍ରୀମ।।ନେ କରୋନା ଆକ୍ରାନ୍ତ ହେଉଛନ୍ତି । ଅପରପକ୍ଷେ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରୁ ମୁକ୍ତ ହେବା ପରେ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ସ୍ୱାବ ନମୂନା ପରୀକ୍ଷା କରାଯାଉ ନାହିଁ । ସେମାନେ କରୋନା ଆକ୍ରାନ୍ତ ହେଲେ ମଧ୍ୟ ତାହା ବହୁ ବିଳମ୍ବରେ ଜଣାପଡୁଛି ଓ ସେମାନଙ୍କର ମୃତ୍ୟୁ ଘଟୁଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ତ୍ରୁଟିପୂର୍ଣ୍ଣ ନୀତି ଯୋଗ ଦୁଇଜଣ ଶିକ୍ଷକଙ୍କର ମୃତ୍ୟୁ ଘଟିଛି ବୋଲି ପ୍ରାଥମିକ ଶିକ୍ଷକ ସଂଘ ଅଭିଯୋଗ କରିଛି । ତେଣୁ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକ କର୍ମଚାରୀମାନଙ୍କ ସ୍ୱାବ ନମୂନା ପରୀକ୍ଷା ଓ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ୨ଜଣ ଶିକ୍ଷକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ଓ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ଦେବାକୁ ନୂତନ ପେନ୍‌ସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୂପ୍ରସାଦ ସାହୁ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, କେଶବ ଚନ୍ଦ୍ର କର, ସହ ସମ୍ପାଦକ ପ୍ରବୀଣ କୁମାର ଦାସ, ଟୁଲୁ ଦେଇ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, ସଂଗଠନ ସମ୍ପାଦକ ସୁଦାମ ଦଳବରା, ସୁଧାଂଶୁ ଶେଖର ମଣ୍ଡଳ, ନରେଶ କୁମାର ପାତ୍ର, ଦିଲ୍ଲୀପ ମିଶ୍ର, ଜିତେନ୍ଦ୍ର କୁମାର ନାୟକ, ସବୀରଅଲ୍ଲୀ ଖାଁ, ଗଜେନ୍ଦ୍ର ମାଝୀ, ସୁରେନ୍ଦ୍ର କୁମାର ରାଉତ, ସଚ୍ଚିଦାନନ୍ଦ ମିଶ୍ର ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ