ମୃତ ବିଏଫଟିଙ୍କ ପରିବାର ବର୍ଗଙ୍କୁ ବିଏଫଟି ସଙ୍ଘର ସହାୟତା
ମୟୁରଭଞ୍ଜ (ମୁରାରୀ ମୋହନ ମହାପାତ୍ର )ବଡ଼ସାହି ବ୍ଲକରେ କାର୍ଯ୍ୟରତ ବିଏଫଟି ଦୁର୍ଗା ଚରଣ ମାଝୀ ଙ୍କର ଗତ ତା 16/1/25 ରିଖ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ଘଟିଥିବାରୁ ମୟୁରଭଞ୍ଜ ବିଏଫଟି ସଙ୍ଘର ସଭାପତି ଗୌରଚନ୍ଦ୍ର ମହାନ୍ତ ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଉପଦେଷ୍ଟା ଦିଲ୍ଲୀପ କୁମାର ବେହେରା, ଜିଲ୍ଲା ସମ୍ପାଦକ ସଂଜୀବ ମହାପାତ୍ର, ବଡ଼ସାହି ବ୍ଲକରେ କାର୍ଯ୍ୟରତ ବିଏଫଟି ସରୋଜ କୁମାର ବେହେରା, ପ୍ରଦୀପ କୁମାର ମହାନ୍ତ, ଗୋବିନ୍ଦ ଗୋପାଳ ହେମ୍ବ୍ରମ, ଦୁଷ୍ମନ୍ତ ମହାନ୍ତ, ପ୍ରମୁଖ ମୃତ ବିଏଫଟିଦୁର୍ଗା ଚରଣ ମାଝୀ ଙ୍କ ଘରକୁ ଯାଇ ତାଙ୍କ ମା ତଥା ପରିବାର ବର୍ଗଙ୍କୁ ସାକ୍ଷାତ କରି ସାନ୍ତ୍ୱନା ଜଣାଇବା ସହିତ ସଙ୍ଘ ପକ୍ଷରୁ 22ହଜାର 3ଶହ ଏକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି. ତେବେ ତୃଣ ମୂଳ ପଞ୍ଚାୟତ ସ୍ତରରେ କାମ କରୁଥିବା ବିଏଫଟି ମାନେ ସରକାରୀ ଯୋଜନାକୁ ସଫଳ ରୂପାୟନ କରିବା ପାଇଁ ଦୀର୍ଘ ବର୍ଷ ଧରି ସରକାରୀ ଯୋଜନାରେ କାମ କରି ଆସୁଥିଲେ ମଧ୍ୟ ସରକାର ସେମାନଙ୍କୁ ଅଣଦେଖା କରି ଆସୁଛନ୍ତି. ଏଣୁ ତୁରନ୍ତ କାର୍ଯ୍ୟରତ ସମୟରେ ମୃତ୍ୟୁ ବରଣ କରିଥିବା ବିଏଫଟି ଦୁର୍ଗା ଚରଣ ମାଝୀ ଙ୍କ ପରିବାର ବର୍ଗଙ୍କୁ ତୁରନ୍ତ ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଗାଇ ଦେବାକୁ ସଙ୍ଘ ତରଫରୁ ଦାବୀ କରାଯାଇଛି.


