ମୃତ ବ୍ୟକ୍ତିଙ୍କ ନାମରେ ମାମଲା, କୋର୍ଟରୁ ଆସିଲା ନୋଟିସ୍

ମୃତକ ହିତାଧିକାରୀ ହୋଇ ରାଶନ, ଘର ତଥା ଭତ୍ତା ପାଇବା କଥା ଶୁଣିଛନ୍ତି । ମାତ୍ର ମୃତକଙ୍କ ନାମରେ କେସ୍ ହେବା କଥା କେବେ ଶୁଣିଛନ୍ତି କି? ବିହାରରେ ଘଟିଛି ଏମିତି ଏକ ଘଟଣା । ମୃତ ବ୍ୟକ୍ତିଙ୍କ ନାମରେ କେସ୍ କରି ପୋଲିସ ତା’ ଅପାରଗ ପଣିଆ ପଦାରେ ପକାଇ ଦେଇଛି । ପାଟନା ଜିଲ୍ଲାର ବରହ ଅଞ୍ଚଳରେ ଶାନ୍ତି ଭଙ୍ଗ ପାଇଁ ପୋଲିସ ଅଭିଯୋଗରେ ପାଞ୍ଚଜଣଙ୍କ ସହ ଜଣେ ମୃତ ବ୍ୟକ୍ତିଙ୍କ ନାମ ସାମିଲ କରିଥିଲା । ମୃତ ବ୍ୟକ୍ତିଙ୍କ ନାମ ଅଜୟ କୁମାର ଯାଦବ । ଏହା ପରେ ୧୦୭ ଧାରାରେ ଏହି ୬ ଜଣଙ୍କ ନାମରେ ମାମଲା ଦାଏର କରି କୋର୍ଟରେ ଦାଖଲ କରିଥିଲା । ବରହ ଅଞ୍ଚଳରେ ମନ୍ଦିରକୁ ଦିଆଯାଉଥିବା ଦାନକୁ ନେଇ ଏକ ବିବାଦୀୟ ପରିସ୍ଥିତିରେ ଶାନ୍ତି ଭଙ୍ଗ ହେବା ଆଶଙ୍କା କରି ଏହି କେସ କରାଯାଇଥିଲା । ପୋଲିସ କୋର୍ଟ ଏବେ ଅଜୟଙ୍କ ନାମରେ ନୋଟିସ ପଠାଇ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘର ଲୋକ ଏହି ନୋଟିସ ପାଇବା ପରେ ଅଜୟଙ୍କର ୫ ବର୍ଷ ହେବ ମୃତ୍ୟୁ ହୋଇଛି ବୋଲି ଜଣାଇଛନ୍ତି । ଅଜୟଙ୍କ ମୃତ୍ୟୁ ହୋଇଥିଲେ ବି ପୋଲିସ ଅଜୟଙ୍କ ନାମରେ ଜାନୁୟାରୀ, ୨୦୧୯ରେ ଏଫ୍ଆଇଆର୍ ଦାଏର କରିଛି ବୋଲି ତାଙ୍କ ପିତା ରାମକୃଷ୍ଣ ଯାଦବ କହିଛନ୍ତି । ବରହ ଥାନା ଏସ୍ଏଚ୍ଓ ସଞ୍ଜିତ କୁମାର ଏହି ଘଟଣାକୁ ଏକ ତ୍ରୁଟି ବୋଲି ଦର୍ଶାଇ ତାହାକୁ ଠିକ୍ କରାଯାଉଛି ବୋଲି ପ୍ରକାଶ କରିଛନ୍ତିୟ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ