ମୃତ ବ୍ୟକ୍ତି ଯୁଈରେ ଉଠିଲେ ମେଡିକାଲ ରେ ମରିଲେ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଜୀବନର ଶେଷ ଠିକଣା କେଉଁଠୀ ତାହା ନିର୍ଣ୍ଣୟ କରିବା ମୁସ୍କିଲ । କେବଳ ଭଗବାନ ହିଁ ଜନ୍ମ ଓ ମୃତ୍ୟକୁ ନନ୍ତ୍ରିତ କରନ୍ତି ବୋଲି ପୁରାଣ ଶାସ୍ତ୍ରରେ ବଣଶ୍‌ର୍ଣନା କରାଯାଇଛି । ସୋମବାର ରାତିରେ ହିଞ୍ଜିଳିକାଟୁ ଅଂଚଳର ଜଣେ ଯୁବକ ମୃତ ଭାବି ପରିବାର ଲୋକେ କୋକେଇରେ ବାନ୍ଧି ଶଶ୍ମାନକୁ ନେଇଥିଲେ । ଜୁଇରୁ ଉଠି ବସିବା ପରେ ଉପସ୍ଥିତ ପରିବାର ସଦସ୍ୟ ଓ ବନ୍ଧୁ ପରିଜନ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ । ଶଶ୍ମାନ ପରିସରରୁ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିତିଲେ । ତେବେ ଚିକିତ୍ସାଧିନ ସମୟରେ ରାତି ପ୍ରାୟ ଗୋଟାଏ ବେଳେ ମୃତ୍ୟୁ ଘଟିଥିଲା । ଏଭଳି ଏକ ଘଟଣା ହିଞ୍ଜିଳି ଥାନା ଆଲପୁର ଗ୍ରାମରେ ଆଲୋଡ଼ନ ସୃଷ୍ଟି କରିଛି ।ପ୍ରକାଶ ଯେ, ହିଞ୍ଜିଳି ଥାନା ଆଲପୁର ବଡ଼ ସାହି ବାସିନ୍ଦା ଶଙ୍କର ଦଳାଇ (୪୪) ଗତ କିଛି ଦିନ ପୂର୍ବରୁ ସୁରତରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ସଙ୍ଗରୋଧ କେନ୍ଦ୍ରରୁ ଫେରିବା ପରେ ଗତ ୫ ଦିନ ଧରି କୌଣସି ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହୋଇ ପଡ଼ିଥିଲେ । ତେବେ ସୋମବାର ସନ୍ଧ୍ୟା ପ୍ରାୟ ୭ଟାରେ ଯୁବକ ଜଣକ ନିଶ୍ଚଳ ହୋଇ ପଡ଼ିଥିଲେ । ଯୁବକଙ୍କୁ ମୃତ ଭାବି ପରିବାର ଓ ବନ୍ଧୁବାନ୍ଧବ ଯୁବକଙ୍କୁ କୋକେଇରେ ବାନ୍ଧି ଶଶ୍ମାନକୁ ନେଇଥିଲେ । ଯୁବକଙ୍କୁ ଜୁଇରେ ଲଦିବା ପରେ ହଠାତ ଯୁବକ ଜଣକ ଉଠି ବସିଥିଲେ । ଉପସ୍ଥିତ ବ୍ୟକ୍ତି ଆଶ୍ଚର୍ଯ୍ୟ ହେବା ସହ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଳାନ୍ସ ଯୋଗେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ତେବେ ଚିକିତ୍ସାଧିନ ସମୟରେ ରାତି ପ୍ରାୟ ଗୋଟାଏ ବେଳେ ମୃତ୍ୟୁ ଘଟିଥିଲା । ପରେ ପରିବାର ସଦସ୍ୟ ଯୁବକଙ୍କ ମୃତ ଦେହକୁ ନେଇ ଗ୍ରାମ ଶଶ୍ମାନରେ ଦାହ କରି ଦେଇଥିବା ଜଣାପଡ଼ିଛି । ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ