ମୃତ ଶିକ୍ଷକଙ୍କ ପରିବାରକୁ ସହାୟତା

ବୁଗୁଡା ,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ତାକରଡ ଉନ୍ନୀତ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ସହକାରୀ ଶିକ୍ଷକ ରବୀନ୍ଦ୍ର ନାଥ ସେନାପତିଙ୍କ କୋଭିଡ କାର୍ଯ୍ୟରେ ନିୟୋଜିତ ଥିବା ସମୟରେ କରୋନା ଆକ୍ରାନ୍ତ ହୋଇ ବ୍ରହ୍ମପୁର ଏମ୍.କେ.ସି.ଜି କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ଅଗଷ୍ଟ ୧୭ ତାରିଖ ଦିନ ମୃତ୍ୟୁ ମୁଖରେ ପଡ଼ିଥିଲେ। ଏହି ଖବର ଜାଣିବା ପରେ ଗଞ୍ଜାମ ଡ଼ିଇଓ ଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର ମୃତ୍ୟୁ ବରଣ କରିଥିବା ଶିକ୍ଷକ ସ୍ବର୍ଗତ ସେନାପତିଙ୍କ ନିଜ ଗ୍ରାମ ମତାଝରି ଯାଇ ଶୋକାକୁଳ ପରିବାରକୁ ସମବେଦନା ଜଣାଇବା ସହ ଗୁରୁ ଛାତ୍ର କଲ୍ୟାଣ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେରେ ତାକରଡ଼ା କ୍ଳଷ୍ଟର ସିଆରସିସି ଆଶୁତୋଷ ମିଶ୍ର ଏବଂ ନୂତନ ପେନସନ ପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଙ୍ଘର କାର୍ଯ୍ୟକାରୀ ସଭାପତି ପୁରୁଷୋତ୍ତମ ପ୍ରଧାନ ଓ ସଂଯୋଜକ ବାୟା ସେଠୀ ମଧ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ