ମୃତ ହାତୀ ଶାବକ ଉଦ୍ଧାର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଯଶିପୁର ଠାରୁ ୧୮ କିମି ଦୂର ଶିମିଳି ପାଳ ଜାତୀୟ ଉଦ୍ୟାନ ରେଞ୍ଜ ଅନ୍ତର୍ଗତ ଜାମୁଆଣି ସେକ୍ସନର ରାଜପାଳ ଗ୍ରାମ ନିକଟ ଇଲାକାରେ ଆଜି ଏକ ହାତୀ ଶାବକ ର ମୃତ ଦେହ ଦେଖିବାକୁ ମିଳି ଥିଲା l ଯଶିପୁର ଜାତୀୟ ଉଦ୍ୟାନ ରେଞ୍ଜ କାର୍ଯ୍ୟାଳୟରେ ଏ ଖବର ପହଞ୍ଜିବା ପରେ ରେଞ୍ଜ ଅଧିକାରୀ, ଏ ସି ଏଫ୍ ପ୍ରମୁଖ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲେ l ଶିଶୁ ହାତୀ ଛୁଆର ବୟସ ୨/୩ ବର୍ଷ ହେବାର ଜଣl ପଡିଛି l ଯଶିପୁର ବ୍ଲକ ର ଭି ଏ ଏସ୍ ଡାକ୍ତର ମଧ୍ଯ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ବ୍ୟବଚ୍ଛେଦ କରି ଥିଲେ l ହାତୀ ଶାବକ ର ମୃତ୍ଯ ଆନ୍ଥ୍ରାକ୍ସ ଜନିତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି l ତେଣୁ ମୃତ ଦେହକୁ ବ୍ୟବଚ୍ଛେଦ ପରେ ପୋଡି ଦିଆ ଯାଇଥିବାର ସୂଚନା ମିଳିଛି l ହାତୀ ଶାବକ ର କିଭଳି ଭାବେ ସେଠାକୁ ଆସି ମୃତୁ ବରଣ କଲl ସେ ନେଇ ସୁବିସ୍ତୃତ ବିବରଣୀ ମିଳି ପାରି ନାହିଁ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ