ମେଗା ଲିଫ୍ଟ ପ୍ରକଳ୍ପକୁ ଅନୁଧ୍ୟାନ କଲେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ କାର୍ୟ୍ୟରତ ୩ ଟି ମେଗା ଲିଫ୍ଟ ପ୍ରକଳ୍ପରୁ ବଥବା ପ୍ରକଳ୍ପ ଚାଲି ନ ଥିବା ଅଭିଯୋଗରେ ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ ସମ୍ପୃକ୍ତ ଅଞ୍ଚଳକୁ ଯାଇ ପ୍ରକଳ୍ପ କାର୍ୟ୍ୟକ୍ଷମ ପାଇଁ ଅନୁଧ୍ୟାନ କରି ଫେରିଛନ୍ତି. ବର୍ତମାନ ମୌସୁମୀ ଋତୁ ଚାଲି ଯାଇଛି. ଧାନ ଫସଲରେ କେଣ୍ଡା ଧରିବା ସମୟରେ ବଥବା ମେଗା ଲିଫ୍ଟ ଅଚଳ ହୋଇ ପଡିବାରୁ ଚାଷୀ ହନ୍ତସନ୍ତ ହେଉଥିବା ସହ ନେଇ ଜଣା ପଡିବା ପରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ତିରୁପତି ରାଓ ଉକ୍ତ ବଥବା ଲିଫ୍ଟରେ ପହଂଚି ତଦନ୍ତ କରିଥିଲେ. ସାଇଟ ଇନ ଚାର୍ଜଙ୍କୁ ପଚାରି ଅଧକ୍ଷ ସବୁ ଜାଣିପାରିଥିଲେ. ଏବଂ ୩ ଟି ମୋଟର ମଧ୍ୟରୁ ଗୋଟିଏ ଖରାପ ଥିବା ଜାଣି ତୁରନ୍ତ ଏହି ମୋଟରକୁ ମରାମତି କରି ଚାଷ ଜମିକୁ ପାଣି ଛାଡିବା ପାଇଁ ନିର୍ଦେଶ ଦେଇଥିଲେ. ପରେ ଏଥିନେଇ ସେ ନିର୍ବାହୀଯନ୍ତ୍ରୀଙ୍କୁ ଭେଟି ବଥବା ପ୍ରକଳ୍ପ କାର୍ୟ୍ୟକ୍ଷମ ନେଇ ଆଲୋଚନା କରିଥିବା ଜଣା ପଡିଛି.