ମେଟ୍ରିକ ପରୀକ୍ଷାରେ ଗଞ୍ଜାମ ବ୍ଲକ ଟପ୍ପର ହେଲେ ଗାୟତ୍ରୀ ମହାପାତ୍ର
ଗଞ୍ଜାମ, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଗାୟତ୍ରୀ ମହାପାତ୍ର ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ୫୬୧ ନମ୍ବର ରଖି ଗଞ୍ଜାମ ବ୍ଲକ ଟପ୍ପର ହୋଇଛନ୍ତି । ଗଞ୍ଜାମ ଦୂର୍ଗାଦେବି ସାହି ବାସିନ୍ଦା ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଓ ଅର୍ଚ୍ଚିତାମହାପାତ୍ରଙ୍କ କନ୍ୟା ଗାୟତ୍ରୀ ପିଲାବେଳୁ ମେଧାବୀଥିବା ବେଳେ ତୃତୀୟ, ପଞ୍ଚମ ,ଓ ସପ୍ତମ ଶ୍ରେଣୀରେ ମେଧାବୃତ୍ତି, ପଠାଣି ସାମନ୍ତ ବୃତ୍ତୀ, ସଂସ୍କୃତି ଓ ଜ୍ଞାନ ପରୀକ୍ଷାରେ ପ୍ରଥମ, ଭାରତୀ କୃଷି ମେଧାପରୀକ୍ଷାରେ ରେ ମଧ୍ୟ କୃତିତ୍ୱ ହାସଲ କରିଥିବା ବେଳେ , ବକୃତାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଭବିଷ୍ୟତରେ ଶିକ୍ଷାକ୍ଷେତ୍ର ରେ ନିଜର କ୍ୟାରୀୟର କରିବେ ବୋଲି କହିବା ସହ ଏହି ସଫଳତା ଭଗବାନଙ୍କ ଆଶୀର୍ବାଦ, ଶିଶୁମନ୍ଦିର ଗୁରୁଜୀ, ଗରୁମାଆ ବାପା, ମାଆଙ୍କ ପାଇଁ । ଏହି ସଫଳତା ପାଇଁ ଶିଶୁ ମନ୍ଦିର ପ୍ରଧାନଆଚାର୍ଯ୍ୟ, ପରିଚାଳନା କମିଟି , ଅଞ୍ଚଳବାସୀ ଓ ବିଭିନ୍ନ ବର୍ଗର ଲୋକେ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷ ଶିଶୁମନ୍ଦିରର ଶତପ୍ରତିତ ସଫଳତା ପାଇଥିବା ବେକେ ଏ ରେ ଜଣେ , ଏ୨ରେ୧୬,ବିରେ ୧୯, ବି୨ରେ ୦୬, ସିରେ ୦୪ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।