ମେଟ୍ରିକ ୭୫ ବ୍ୟାଚ ପକ୍ଷରୁ ହୋଲି ମିଳନ
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଶନିବାର ଦିନ ସତ୍ୟ ନାରାୟଣ ପଣ୍ଡା ଙ୍କ ଆବାହକତ୍ବ ରେ ତଥା ଅଭୟ ଭୋଇ ଙ୍କ ନେତୃତ୍ୱରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ୧୯୭୫ ମେଟ୍ରିକ୍ ବ୍ୟାଚ ପକ୍ଷରୁ ହୋଲି ମିଳନ ଅନୁଷ୍ଠିତ ହୋଇ ଯାଇଅଛି !
ପରସ୍ପର ମଧ୍ୟରେ ଏହିପରି ଭାଇଚାରା ଚିର ଦିନ ରହିଥାଉ ବୋଲି ଗୋବିନ୍ଦ ଦାଶ ଓ ନିର୍ମଳ କିଶୋର କର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ !ଆଜିର ଏହି ହୋଲି ମିଳନ ରେ ସର୍ବଶ୍ରୀ ପ୍ରଶନ୍ନ ସାମଲ,ବାସୁ ପ୍ରଧାନ, ସୁରେନ୍ଦ୍ର ଦାଶ, ରାଜେନ୍ଦ୍ର ଲାଠ, କହ୍ନେଇଲାଲ ଗୁପ୍ତା , ଅଶୋକ ଅଗ୍ରୱାଲ, ଅଶ୍ବିନୀ ପଣ୍ଡା, ପତିତପାବନ ମିଶ୍ର, ଗୋପାଳ ଦାଶ, ନରେନ୍ଦ୍ର ପରମାର, ଗଣେଶ ରେଖାନୀ, ସୁନୀଲ ଦାଶ, ଦିନ ଦୟାଳ ନାରାୟଣୀ, କୁଞ୍ଜ ବିହାରୀ ଗୁପ୍ତା, ଅଶୋକ କୁଅଁର,କୁନୁ ବଢେଇ, ସୁକୁମାର ଦାଶ ,ଅଶୋକ ପ୍ରଧାନ,ଜୟ ପ୍ରକାଶ ଅଗ୍ରୱାଲ, ବିନୋଦ ଅଗ୍ରୱାଲ , ଅଶୋକ ଅଗ୍ରୱାଲ- ୨, ସ୍ବାଧିନ ମହାରଣା, ଲଳିତ ବିଶୀ, ଆଦି ଯୋଗଦେଇ ଏହି ପରି ବନ୍ଧୁ ମିଳନ ଅନ୍ୟ ମାନଙ୍କ ପାଇଁ ଏକ ପ୍ରେରଣା ହୋଇ ପାରିବ ବୋଲି ନିଜ ନିଜ ମତ ପ୍ରକାଶ କରିଥିଲେ !