ମେଡିକାଲ ଆନ୍ଦୋଳନକୁ ୪୮ଦିନ ପୁରିଲା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ଖଡିଅଙ୍ଗସ୍ଥିତ ସ୍ଥାନାନ୍ତରିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନରେ ସିଟି ହସପିଟାଲ ପ୍ରତିଷ୍ଠା କରିବା ଦାବିରେ ଗତ ଜାନୁଆରୀମାସ ୨୪ତାରିଖରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ରିଲେ ଗଣଧାରଣାକୁ ୪୮ଦିନ ପୁରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସିଟି ହସପିଟାଲ ପାଇଁ ସରକାରୀ ସ୍ତରରେ କୈାଣସି ବିଧିବଦ୍ଧ ଘୋଷଣା ହେଲାନାହିଁ । କେନ୍ଦ୍ରାପଡାବାସୀଙ୍କ ଗୋଟିଏ ପ୍ରଶ୍ନ ଅନ୍ୟ ପଡୋଶୀ ଜିଲ୍ଲା ଗୁଡିକ କେନ୍ଦ୍ରାପଡା ସହିତ ଜନ୍ମଲାଭ କରିଥିଲେବି କାହିଁକି ଅର୍ଥନୈତିକ ଅସମ ବିକାଶ ଘଟୁଛି । ନବୀନ ସରକାର ଅନ୍ୟ ଜିଲ୍ଲା ଗୁଡିକୁ ଘିଅମହୁରେ ଭସାଉଥିବା ବେଳେ କାହିଁକି କେନ୍ଦ୍ରାପଡା ଜିଲ୍ଲା ପ୍ରତି ଆଖି ବନ୍ଦ କରିଦେଇଛି । ଅନ୍ୟ ପକ୍ଷରେ ଯାହା ଟିକେ ସୁବିଧା ଥିଲା ଚଞ୍ଚକତା କରି ସେସବୁକୁ ହଟାଇ ନେଉଛି । ଜିଲ୍ଲା ପ୍ରଶାସନ ସିଟି ହସପିଟାଲର ଆବଶ୍ୟକତା ପାଇଁ ସରକାରଙ୍କୁ ଚିଠି ଲେଖିବା ସହିତ ସ୍ଥାନୀୟ ବିଧାୟକ ଶଶିଭୂଷଣ ବେହେରା ବିଧାନସଭାରେ ଆଲୋଚନା କରିଥିଲେବି ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନାକୁ କେବଳ ପ୍ରଶ୍ନୋତ୍ତରରେ ସୀମିତ ରଖିବା ରାଜ୍ୟ ସରକାରଙ୍କ କେନ୍ଦ୍ରାପଡାବାସୀଙ୍କ ପ୍ରତି ଉପହାସ ବୋଲି ଆଜିର ଗଣଧାରଣାରେ ବକ୍ତାମାନେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଥିଲେ । ପୂର୍ବତନ କାଉନସିଲର ସୈାମେନ୍ଦ୍ର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ପୂର୍ବତନ ଜିଲ୍ଲା ନିୟୋଜନ ଅଧିକାରୀ ଫକିର ଚରଣ ପରମାଣିକ, ପୂର୍ବତନ କାଉନସିଲର ହିବଜୁର ରହେମାନ, ବିଜେପି ନେତା ପଦ୍ମଲୋଚନ ମହାପାତ୍ର, ମହାକାଳପଡା ନେତା ତରୁଣ କାଞ୍ଜିଲାଲ, ବିହାରୀ ଭୂଷଣ ଦାସ, ରୁକେୟା ଖାତୁନ, ଗୈାରୀ ବେହେରା, ବିପିନ ବିହାରୀ ପରିଡା, ରେଜିୟା ସୁଲତାନା, ନିବାସ ପରିଡା, କାଉନସିଲର ସେକ ଅସଲମ, ସେକ ହାପିଜୁଲ୍ଲା, ମହମ୍ମଦ ମାଜିଦ, ମହମ୍ମଦ ଜାକିର ପ୍ରମୁଖ ବକ୍ତବ୍ୟ ରଖି ସରକାର ତୁରନ୍ତ ସିଟି ହସପିଟାଲ ଘୋଷଣା ନକଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ