ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଧାୟକମାନଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ମେଡିକାଲ କଲେଜ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦ୍ରାପଡାରେ ଏକ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା କରାଯିବା ପାଇଁ ଜିଲ୍ଲାର ସମସ୍ତ ବିଧାୟକମାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିସହିତ ଆସନ୍ତା ୨୮ତାରିଖରେ ଭୁବନେଶ୍ୱରସ୍ଥିତ ରାଜଭବନ ସମ୍ମୁଖରେ ଏହି ଦାବି ନେଇ ଏକ ଗଣଧାରଣା ଦିଆଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ଥିବାରୁ ଏ ସମ୍ପର୍କରେ ମଧ୍ୟ ବିଧାୟକମାନଙ୍କୁ ଅବଗତ କରାଯାଇଛି । ଜିଲ୍ଲାର ଜନସାଧାରଣଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ବିଧାୟକ ଆଗାମୀ ୨୮ରେ ଅନୁଷ୍ଠିତ ହେବାକୁ ଥିବା ଗଣଧାରଣାରେ ସାମିଲ ହେବାକୁ ସେମାନଙ୍କୁ ନିବେଦନ କରାଯାଇଛି । ଆମ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ ଭଳିିି ଜିଲ୍ଲାର ପ୍ରାୟ ୫୦ ଲକ୍ଷ ସାଧାରଣ ଜନତା ଉପକୃତ ହୋଇପାରିବେ । ଆମ ଜିଲ୍ଲାରେ ଜାତୀୟ ରାଜପଥ, ରେଳପଥ, ମହାନଦୀ ଓ ବ୍ରାହ୍ମଣୀ ନଦୀର ପ୍ରଭାବ ଥିଲାବେଳେ ସରକାର ୩ଟି ରୁ ୧୧ଟି ସରକାରୀ ମେଡିକାଲ କଲେଜ ଓ ୨୦ରୁ ଉର୍ଦ୍ଧ୍ୱ ବେସରକାରୀ ମେଡିକାଲ କଲେଜ ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା କରିସାରିିଛନ୍ତି । ମାତ୍ର କେନ୍ଦ୍ରାପଡା ଜିଲ୍ଲାର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜେ ନେଇଥିବା ବେଳେ ଏଠାରେ ସରକାରୀ ମେଡିକାଲ କଲେଜଟିଏ ନାହିଁ । ତେଣୁ ଜିଲ୍ଲାବାସୀଙ୍କ ସାମୁହିକ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆସନ୍ତା ୨୮ ତାରିଖ ସଂଗ୍ରାମୀ ଭଗତ ସିଂଙ୍କ ଜନ୍ମ ଦିବସ ଅବସରରେ ଭୂବନେଶ୍ୱର ରାଜଭବନ ସମ୍ମୁଖରେ ଭୁବନେଶ୍ୱର, କଟକ ଓ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନ ମାନଙ୍କୁ ନେଇ ଏକ ବିଶାଳ ଗଣ ଧାରଣା ପୂର୍ବାହ୍ନ୧୦ଟାରେ ଅନୁଷ୍ଠିତ ହେବ । ଏଥିନିମନ୍ତେ ମେଡିକାଲ କଲେଜ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ସଭାପତି ଅଧ୍ୟାପକ ଅଜୟ କୁମାର ସାମଲ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ରମଣୀରଞ୍ଜନ ରାଉତରାୟ, ଫକିର ଚରଣ ଖଟୁଆ, ଭାଗିିରଥୀ ଜେନା, ଆଦିକନ୍ଦ ରାଉଳ, ମୁକ୍ତାର ଖାଁ, ଗୟାଧର ଧଳ, ଶ୍ରୀକାନ୍ତ କୁମାର ଲେଙ୍କା, ସଞ୍ଜୟ ରାଉତ ପ୍ରମୁଖ ଭୁବନେଶ୍ୱରରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କୁ ସେମାନଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିବା ବେଳେ ଦିଲ୍ଲୀ ଗସ୍ତରେ ଥିବା ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକଙ୍କ କାର୍ଯ୍ୟାଳୟରେ ମଧ୍ୟ ଦାବିପତ୍ର ପ୍ରଦାନ କରଛନ୍ତିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ