ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା କର୍ମଶାଳା ଅନୁଷ୍ଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓରମାସ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁଲୂଲ୍ୟରେ ଏକ ଦିବସୀୟ ବହୁମୁଖୀ ଅଂଶୀଦାର ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା ଉଦ୍‌ଘାଟନ କରିଥିଲେ । ଆମ ଜିଲ୍ଲାର ବେକାର ଯୁବକ ଓ ଯୁବତୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଚିହ୍ନଟ କରି ଦକ୍ଷତା ଓ କୌଶଳ ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ, ଭାରତୀୟ ଷ୍ଟେଟବ୍ୟାଙ୍କ, ଓରମାସର ଉପମୁଖ୍ୟ କାର୍ଯ୍ୟ ନିର୍ବାହୀ ନିରୋଦ କୁମାର ଜେନା, ମିଶନ ଶକ୍ତି ଡିପିସି କୈଳାସ ଚନ୍ଦ୍ର ସେନାପତି, ୟଙ୍ଗ ପ୍ରଫେସନାଲ ସୌରଭ ସୁମନ ଧଳ, ନିର୍ବାହୀ ସହାୟକ ପ୍ରିୟଙ୍କା ରାଉଳ, ଜିଲ୍ଲା ସଂଯୋଜିକା ମୋନାଲିସା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ସେଠାରେ ଉପସ୍ଥିତ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରୋଜ କୁମାର ଜେନାଙ୍କୁ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକର ଏକ ତଥ୍ୟ ଭିତ୍ତିକ ଦକ୍ଷତା କାର୍ଯ୍ୟକ୍ରମର ରୂପରେଖ ଉପସ୍ଥାପନା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକର ବିଡିଓ, ବିପିଏମ, ବିପିସି, ଦକ୍ଷତା ସଂଯୋଜକ ଓ ସଂଯୋଜିକାମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ