ମେଡିକାଲ ପରିସରରୁ ଉଦ୍ଧାର ହେଲା ୪ ଫୁଟ ର ନାଗ ସାପ
ଛତ୍ରପୁର (ଦେବଦତ୍ତ ମହାରଣା) : ମେଡିକାଲ ପରିସରରେ ଏକ ୪ ଫୁଟ ଲମ୍ବାରର ନାଗ ସାପକୁ ଉଦ୍ଧାର କରାଯାଇଛି । ଶନିବାର ବିଳମ୍ବିତ ରାତ୍ର ରେ ଏକ ୪ ଫୁଟ ର ନାଗସାପ ଚିକିତ୍ସାଳୟ ପରିସରରେ ରହିଥିବା ରୋଗୀ ମାନେ ଓ ମେଡିକାଲ କର୍ମଚାରୀ ମାନେ ଦେଖି ଭୟଭୀତ ହୋଇପଡିଥିଲେ । ଏହା ପରେ ଜଣେ ସାପ ଧରାଳି ଆସି ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଥିଲେ ।