ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ବନ୍ତସ୍ଥିତ ରାଧାଶ୍ୟାମ ନାୟକ ସ୍ମୃତି ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବନ୍ତସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜାତୀୟ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ମୃତି ସଂସଦର ସଭାପତି ଗୋବିନ୍ଦ ଚନ୍ଦ୍ର ବାରିକ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷାଧିକାରିଣୀ ମଞ୍ଜୁଳାବାଳା ନାୟକ, ମୁଖ୍ୟବକ୍ତା ଭାବେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶୁଭେନ୍ଦ୍ର କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ଗଣେଶ ପ୍ରସାଦ କରଶର୍ମା, ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅନ୍ତର୍ଯ୍ୟାମୀ ପରିଡା, ଏବିଇଓ ହରେକୃଷ୍ଣ ଆପଟ, ସ୍ମୃତି ସଂସଦର ସମ୍ପାଦକ ଶଶୀଶେଖର କରଶର୍ମା ଯୋଗଦେଇ ଜଣେ ଆଦର୍ଶ ଗୁରୁଙ୍କ ଉପଦେଶ ଓ ପ୍ରେରଣାକୁ ପାଥେୟ କରି ଜଣେ ସୁଛାତ୍ର ସମାଜକୁ ବଦଳାଇ ପାରିବ ବୋଲି ପରାମର୍ଶ ଦେଇଥିଲେ । ନାରାୟଣ ଚନ୍ଦ୍ର ଲେଙ୍କା ଅତିଥି ପରିଚୟ, ଅଲେଖ ଚନ୍ଦ୍ର ନାୟକ ଉଦ୍ଦେଶ୍ୟ ଜ୍ଞାପନ, ଶ୍ରୀକାନ୍ତ କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ଅଜୟ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବ୍ଲକ୍ରେ ଏ-୧ ବର୍ଗରେ ଉତ୍ତୀର୍ଣ୍ଣ ହୋଇଥିବା ୮ ଜଣ ଛାତ୍ରଛାତ୍ରୀଙ୍କୁ ସ୍ମୃତି ସଂସଦ ପକ୍ଷରୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସଦର ସଭ୍ୟ ଜଗନ୍ନାଥ ପାତ୍ର, ଭାସ୍କର ଚନ୍ଦ୍ର ପାଢୀ, ସୁକାନ୍ତ କୁମାର ବେହେରା, କମଳାକାନ୍ତ ସାହୁ, ପ୍ରଫୁଲ୍ଲ କୁମାର ଜେନା, ରତ୍ନାକର ଦାସ, ସନ୍ତୋଷ କୁମାର ଜେନା, ରୋହିତ ଜେନା, ସୁବୋଧ କୁମାର ସାହୁ, ସୌଭାଗ୍ୟ ଦାଶ, ପ୍ରଶାନ୍ତ ମହାପାତ୍ର, ଅଭୟ କୁମାର ପ୍ରଧାନ, ଅଶୋକ ଦାସ, ପଦ୍ମନାଭ ରାଉତ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ଯୋଗ ଦେଇଥିଲେ ।