ମେହେବୁବା ମୁଫତି ଖପ୍ପା

(ଯୁଗାଦ୍ଦ ନୁଜ୍ୟ )ବିଚ୍ଛିନ୍ନତାବାଦୀ ନେତା ତଥା ହୁରିୟତ୍ କନ୍‌ଫରେନ୍ସର ଅଧ୍ୟକ୍ଷ ମିର୍‌ୱେଜ୍‌ ଉମର ଫାରୁକ୍‌ଙ୍କୁ ଏନ୍‌ଆଇଏ ସମନ୍‌ ପଠାଇବାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି। ସେ କହିଛନ୍ତି, ଏହା ହେଉଛି ଆମର ଧାର୍ମିକ ପରିଚୟ ଉପରେ କେନ୍ଦ୍ରର ଲଗାତାର କୁଠାରଘାତର ନିଦର୍ଶନ।
ପିଡିପି ମୁଖ୍ୟ ମେହବୁବା ଚିରାଚରିତ ଭାବରେ ମିର୍‌ୱେଜ୍‌ଙ୍କ ପାଇଁ ଓକିଲାତି କରି କହିଛନ୍ତି, “ମିରୱେଜ୍ ଫାରୁକ୍ ସାଧାରଣ ବିଚ୍ଛିନ୍ନତାବାଦୀ ନେତା ନୁହନ୍ତି। ସେ କଶ୍ମୀର ମୁସଲିମ୍‌ଙ୍କର ଧାର୍ମିକ ଏବଂ ଆଧ୍ୟାତ୍ମିକ ମୁଖ୍ୟ।”କେନ୍ଦ୍ର ଜମ୍ମୁକଶ୍ମୀରର ମୁଖ୍ୟ ସମସ୍ୟା ପ୍ରତି ଧ୍ୟାନ ନ ଦେଇ ଏଭଳି ଷଡ଼ଯନ୍ତ୍ର କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି।ଏନ୍‌ଆଇଏ ଶନିବାର ମିର୍‌ୱେଜ୍‌ଙ୍କ ସହିତ ହୁରିୟତ୍‌ ନେତା ସୟଦ୍‌ ଅଲ୍ଲୀ ଶାହ ଗିଲାନୀଙ୍କ ପୁଅ ନସୀମ୍ ଗିଲାନୀଙ୍କୁ ନୋଟିସ୍ ପଠାଇଥିଲା। ସେମାନଙ୍କୁ ସୋମବାର ଦିନ ନୂଆଦିଲ୍ଲୀଠାରେ ଏନ୍‌ଆଇଏ ହେଡ୍‌କ୍ୱାର୍ଟର୍ସରେ ହାଜର ହେବାକୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ