ମୈାଳିକ ସୁବିଧା ଓ ଅଧିକାର ପ୍ରଦାନ ସମେତ ବିଭିନ୍ନ ଦାବି ନେଇ ଶତାଧିକ ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଛତ୍ରପୁର,(ଦେବଦତ୍ତ ମହାରଣା) : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ ଅଙ୍ଗନୱାଡି କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କରସ୍ ଆସୋସିଏନ୍ ଗଞ୍ଜାମ ଜିଲ୍ଲା ପକ୍ଷରୁ ଅଙ୍ଗନୱାଡି କର୍ମଚାରୀ ମାନଙ୍କ ର ମୈାଳିକ ସୁବିଧା ଓ ଅଧିକାର ପ୍ରଦାନ ସମେତ ବିଭିନ୍ନ ଦାବୀ ନେଇ ଗୁରୁବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୃଥକ୍ ପୃଥକ୍ ଦାବି ପତ୍ର ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁଙ୍କ ଜରିଆରେ ପ୍ରଦାନ କରାଯାଇଛି ।ଅଙ୍ଗନୱାଡି ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା କରିବା, କର୍ମଚାରୀଙ୍କୁ ସର୍ବନିମ୍ନ ବେତନ ମାସିକ ୧୮ ହଜାର ଟଙ୍କା ଓ ସହାୟିକାଙ୍କୁ ୯ ହଜାର ଟଙ୍କା ପ୍ରଦାନ କରିବା, ରାଷ୍ଟ୍ରୀୟ ଶିକ୍ଷାନିତି – ୨୦୨୦ ଅନୁଯାୟୀ ସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ଦେବା ସହ ସେଠାରେ କାର୍ଯ୍ୟରତ ସମସ୍ତ କର୍ମୀଙ୍କୁ ପ୍ରାଥମିକ ଶିକ୍ଷିକା ଓ ସହକାରୀକୁ ପୁର୍ବ ପ୍ରାଥମିକ ସହ ଶିକ୍ଷିକା ଭାବେ ମାନ୍ୟତା ପ୍ରଦାନ କରିବା, ଅଙ୍ଗନୱାଡି ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନଙ୍କୁ ଇପିଏଫ୍ ଇ ଏସ ଆଇ,ଗ୍ରାଚ୍ୟୁଟି ଓ ପେନସନ୍ ଯୋଗାଇ ଦିଆଯିବା, ଅଙ୍ଗନୱାଡି କର୍ମଚାରୀ ମାନଙ୍କୁ ସରକାରୀ କର୍ମଚାରୀମାନଙ୍କ ଭଳି ସମସ୍ତ ପ୍ରକାର ବାର୍ଷିକ ଛୁଟିି ପ୍ରଦାନ କରାଯିବା , ୨୦୦୪ ମସିହା ଠାରୁ ଅଙ୍ଗନୱାଡି କେନ୍ଦ୍ର ପରିଚାଳନା ନିମନ୍ତେ ଘରଭଡା ବାବଦରେ ସରକାର ଘୋଷଣା କରିଥିବା ୩ ହଜାର ଟଙ୍କା ଯଥା ଶୀଘ୍ର ପ୍ରଦାନ କରିବା, ଗାଁ କଲ୍ୟାଣ ସମିତି ରୁ ଅଙ୍ଗନୱାଡି କର୍ମୀଙ୍କୁ ବାଦ୍ ଦିଆଯାଉ ଏବଂ କର୍ମଚାରୀ ମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ଭଳି ବିଭିନ୍ନ ଦାବି ଗୁଡିକ ଏହି ଦାବୀ ମାଧ୍ୟମରେ ଦର୍ଶାଯାଇଛି । ଏହା ସହିତ ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ପ୍ରଦାନ କରାଯାଇଥିବା ଛୋଟ ଗ୍ୟାସ ସିଲିଣ୍ଡର ବଦଳରେ ଡବଲ ଚୁଲା , ୧୪ .୧/୨ କେଜି ବିଷିଷ୍ଟ ବଡ ଗ୍ୟାସ ସିଲିଣ୍ଡର.ରେଗୁଲେଟର ଓ ସୁରକ୍ଷିତ ଗ୍ୟାସ ପାଇପ୍ ଯୋଗାଣ କରି ପ୍ରତି କେନ୍ଦ୍ରକୁ ସ୍ଥାୟୀ ଏଲପିଜି ସଂଯୋଗ ର ବନ୍ଦୋବସ୍ତ କରାଯିବା,ପ୍ରତି ଅଙ୍ଗନୱାଡି କେନ୍ଦ୍ର କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା – ଗ୍ଲାସ,ଥାଳି ଏବଂ ଅନ୍ୟାନ୍ୟ ଉପକରଣ ଆବଶ୍ୟକତାକୁ ଦୃଷ୍ଠିରେ ରଖି ତୁରନ୍ତ ଯୋଗାଇ ଦିଆଯାଉ , ପ୍ରତ୍ୟକ ଅଂଚଳ ପରିଦର୍ଶିକାଙ୍କୁ ନିଜ ନିଜ ମଣ୍ଡଳ ମୁଖ୍ୟାଳୟରେ ସ୍ଥାୟୀ ଭାବେ ରହିବାର ବ୍ୟବସ୍ଥା କରାଯିବା ସମେତ ୧୨ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନ ଏବଂ ଦାବି ପତ୍ର ପ୍ରଦାନ ବେଳେ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କସ୍ ଆସୋସିଏସନର ଜିଲ୍ଲା ସଭାପତି ରଞ୍ଜିତା କୁମାରୀ ରଥ,ସମ୍ପାଦିକା ମଂଜୁବାଳା ପାଣିଗ୍ରାହୀ, ରାଜ୍ୟ ସମ୍ପାଦିକା ଅମିତା ସାହୁ , ପ୍ରତିମା କୁମାରୀ ଦେବୀ,ବାସନ୍ତି କୁମାରୀ ଦେବୀ,କବିତା ଦେବୀ,ସଙ୍ଗୀତା ମହାପାତ୍ର,ବବିତା ଗନ୍ତାୟତ ଙ୍କ ସମେତ ଶତାଧିକ ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ