ମୋଟର ଚାଳକ ସଂଘ ତରଫରୁ ଚାଳକ ଦିବସ ପାଳିତ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ କନ୍ଧମାଳ ଜିଲାର ବିଭିନ୍ନ ଶାଖାରେ ଚାଳକ ଦିବସ ପାଳିତ ହୋଇଯାଇଛି । ଏ ନେଇ ବାଲିଗୁଡା ଶାଖା ପକ୍ଷରୁ ଚେକଗେଟ ନିକଟରେ ଥିବା ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ଚାଳକ ଦିବସ ପାଳିତ ହୋଇଥିବା ବେଳେ ଚାଳକ ସଂଘର ସଭାପତି ଅଭିରାମ ଦିଗାଳଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଚାଳକମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଗାଡି ଚାଳକ ଭାଇମାନଙ୍କୁ ସଚେତନ କରାଇବା ସହିତ ଟ୍ରାଫିକ ନିୟମକୁ ମାନି ଗାଡି ଚଲାଇବା ଓ ଗାଡି ଚଲାଇବା ସମୟରେ ସିଟବେଲ୍ଟକୁ ବ୍ୟବହାର କରିବା, ଗାଡି ଚଲାଇବା ସମୟରେ ମଦ୍ୟପାନ ନକରିବା ଆଦି ବିିଭିନ୍ନ ଦିଗ ଉପରେ ସଭାପତି ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ବାଲିଗୁଡା ଶାଖାର ସଦସ୍ୟ ମନୋଜ ଦିଗାଳ, ଦଣ୍ଡପାଣି ବିଷୋୟୀ, ସୁଶାନ୍ତ ବେହେରା, ବିଘ୍ନେଶ୍ୱର ଦାସ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


