ମୋଟର ସାଇକଲ ଦୁର୍ଘଟଣାରେ ନାବାଳକ ମୃତ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଝରାଡିହି ଫାଣ୍ଡି ଅନ୍ତର୍ଗତ ମଲ୍ଲିକେଡମ ଗ୍ରାମର ଜନୈକ ନାବାଳକର ମୋଟର ସାଇଲ ଦୂର୍ଘଟଣାରେ ମୃତ୍ୟୁବରଣ ହୋଇଥିବା ଖବର ହସ୍ତଗତ ହୋଇଛି। ସୂଚନା ଅନୁସାରେ ଏକ ମୋଟର ସାଇକଲରେ ତିନିଜଣ ସାଙ୍ଗ ଶୈଚ ପାଇଁ ନିକଟସ୍ଥ ବରେହି ନାଳକୁ ଆସି ଫେରୁଥିବାବେଳେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ କଂକ୍ରିଟ୍ ସଡକ ଉପରେ କଚାଡି ହୋଇ ପଡିଥିଲେ।ଫଳରେ ତାଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡ କଂକ୍ରିଟ ସଡକ ଉପରେ ପିଟି ହୋଇଯିବାରୁ ନାବାଳକଟିର ମୁଣ୍ଡରେ ଗଭିର ଆଘାତ ଲାଗି ଗୁରତର ହୋଇ ପଡିଥିଲେ।ତାଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ (ବହଳଦାରୋଡ)ଝରାଡିହି ଡାକ୍ତରଖାନାକୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତ ନାବାଳକ ମଲ୍ଲିକେଡମ ଗ୍ରାମର ପ୍ରତାପ ପାତ୍ର’ଙ୍କ ପୁଅ ପଙ୍କଜ ପାତ୍ର(୧୫) ବୋଲି ଜଣା ପଡିଛି।ଦୂର୍ଘଟଣାଟି ଗୁରୁବାର ଦିନ ସଂଧ୍ୟା ପ୍ରାୟ ୬’ଟା ସମୟରେ ଘଟିଥିଲା।ଖବର ପାଇ ଝରାଡିହି ଫାଣ୍ଡି ଅଧିକାରୀ ଦୁଃଖବନ୍ଧୁ ନାୟକ ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।ତେବେ ସଂଧ୍ୟା ହୋଇଯାଇ ଥିବାରୁ ଆଜି ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା।ଏନେଇ ତିରିଂ’ଥାନାରେ କେଶ୍ ନଂ ୨୮/୨୧’ରେ ଏକ ମାମଲା ରୁଜୁ କରାଯାଇଛି।


