ମୋଟର ସାଇକେଲ ଦୁର୍ଘଟଣାରେ ୨ ଗୁରୁତର

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ରବିବାର ସକାଳେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ବଇଁଚବଣିଆ ଛକ ନିକଟରେ ରାସ୍ତା ପାର ହେଉଥିବା ଜଣେ ବୃଦ୍ଧଙ୍କୁ ଏକ ବାଇକ୍ ଧକ୍କା ଦେଇଛି । ଦୂର୍ଘଟଣାରେ ବାଇକ୍ ଚାଳକଙ୍କ ସମେତ ବୃଦ୍ଧ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି।ଆହତ ମାନେ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ଛକର ପ୍ରଶାନ୍ତ ପଟ୍ଟନାୟକ (୭୫) ଓ ବାଇକ୍ ଚାଳକ ଜଣଙ୍କ ହେଲେ ହିଞ୍ଜିଳି କେନାଳ ସାହିର ସୁମନ ଦାସ (୧୮) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।‌ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।‌ ପ୍ରକାଶ ଯେ ବଇଁଚବଣିଆ ଛକରେ ବୃଦ୍ଧ ଜଣଙ୍କ ରାସ୍ତା ପାର ହେଉଥିବା ବେଳେ ସୁମନ ବାଇକ୍ (ଓଡି୦୭ ଏଡବ୍ଳ୍ୟୁ ୧୬୭୭) ଯୋଗେ ଶ୍ୟାମଳାଇ ଠାରୁ ହିଞ୍ଜିଳିକାଟୁ ଅଭିମୁଖେ ଆସି ବଇଁଚବଣିଆ ଛକରେ ବୃଦ୍ଧଙ୍କୁ ଧକ୍କା ଦେଇଥିଲେ।‌ ଆହତ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ