ମୋଦିଙ୍କ ‘ମନ୍ କି ବାତ୍’

ନୂଆଦିଲ୍ଲୀ: ଦେଶ ମୋତେ ସେବା କରିବାର ସୁଯୋଗ ଦେବା ଦିନ ଠାରୁ ମୁଁ ପୂର୍ବାଞ୍ଚଳ ବିକାଶ ପାଇଁ ଗୁରୁତ୍ବ ଦେଇ ଆସୁଛି। ଗତ ଅଳ୍ପ କେତେ ବର୍ଷ ହେବ ସେ ଦିଗରେ ହୋଇଥିବା ଅନେକ କିଛି ମୋତେ ଆତ୍ମତୃପ୍ତି ଦେଇଛି। ଆମ ଶ୍ରମଜୀବୀ ଭୋଗୁଥିବା ଦୁର୍ଦ୍ଦଶା ହେଉଛି ପୂର୍ବାଞ୍ଚଳର ପ୍ରତିନିଧି। ପୂର୍ବାଞ୍ଚଳ ଦେଶ ଅଭିବୃଦ୍ଧିର ଇଞ୍ଜିନ ହେବାର ସାମର୍ଥ୍ୟ ବହନ କରୁଛି। ବିକାଶର ଚରମ ସୀମାରେ ପହଞ୍ଚାଇବା ପାଇଁ ପୂର୍ବାଞ୍ଚଳର ଶ୍ରମଜୀବୀଙ୍କର ସାମର୍ଥ୍ୟ ଓ ଶକ୍ତି ଅଛି। ପୂର୍ବାଞ୍ଚଳର ଉନ୍ନତି ଆବଶ୍ୟକ। କେବଳ ପୂର୍ବାଞ୍ଚଳର ବିକାଶ ଦ୍ବାରା ହିଁ ଦେଶର ସନ୍ତୁଳିତ ଅର୍ଥନୈତିକ ବିକାଶର ନେତୃତ୍ବ ନେଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଆଜି ମାସିକ ରେଡିଓ ଅଭିଭାଷଣ ‘ମନ୍ କି ବାତ୍’ର ୬୫ତମ ସଂସ୍କରଣରେ କହିଛନ୍ତି। ଦେଶର ପୂର୍ବାଞ୍ଚଳ ରାଜ୍ୟକୁ ରେଳ ଓ ବସ୍ ଯୋଗେ ବହୁସଂଖ୍ୟକ ପ୍ରବାସୀ ଶ୍ରମିକ ଫେରିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଉପରୋକ୍ତ କଥା କହିଛନ୍ତି। କାର୍ୟ୍ୟକ୍ରମ ଆରମ୍ଭରେ ସେ କହିଲେ ଲୋକମାନଙ୍କୁ ସାହାଯ୍ୟ କରୁଥିବା ଲୋକେ ବିଷାଦଗ୍ରସ୍ତ ହୁଅନ୍ତି ନାହିଁ। ମହାମାରୀ କୋଭିଡ୍-୧୯ ପ୍ରଭାବିତ ଲୋକମାନଙ୍କୁ ନିଜର ସଞ୍ଚିତ ଅର୍ଥ ଦେଇ ସାହାଯ୍ୟ କରୁଥିବା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ମହାମାରୀ ସମୟରେ ଖାଦ୍ୟ ‌ଯୋଗାଇ ଲୋକମାନଙ୍କୁ ସାହାଯ୍ୟ କରୁଥିବା ଅଗରତାଲାର ଗୌତମ ଦାସଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ନିଜ ଝିଅର ଶିକ୍ଷା ପାଇଁ ସଞ୍ଚୟ କରିଥିବା ଅର୍ଥକୁ ମହାମାରୀ ସମୟରେ ଜନସେବା ଲଗାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଗରିବ ଓ ଶ୍ରମଜୀବୀମାନେ କୋଭିଡ୍ ସଙ୍କଟରେ ଖୁବ୍ ପ୍ରଭାବିତ ହୋଇଛନ୍ତି। ମହାମାରୀ ସମୟରେ ଭାତରେ ଉଦ୍ଭାବନର ନୂତନ ପ୍ରବାହ ଆରମ୍ଭ ହୋଇଛି। ଭାରତର ଟିକା ପ୍ରସ୍ତୁତି ଉଦ୍ୟମକୁ ବିଶ୍ବ ଅନୁଧ୍ୟାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ମନୁଷ୍ୟର ସ୍ବଭାବ ହେଉଛି ଆଲୋକ ଆଡ଼କୁ ଅଗ୍ରସର ହେବା। ପ୍ରଧାନମନ୍ତ୍ରୀ କହିଲେ ଯେ ଆତ୍ମନିଭରଶୀଳ ହେବା ମନୁଷ୍ୟର ଆଲୋକ ଆଡ଼କୁ ଗତି କରିବାର ଅଭ୍ୟାସ ସହ ସମାନ। ଆମ ଦେଶ ବିଦେଶ ନିର୍ମିତ ସାମଗ୍ରୀ ବ୍ୟବହାର ବନ୍ଦ କରିବ ବୋଲି ଆଶା କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଲେଖିଥିବା ବିହାରର ଜଣେ ନାଗରିକଙ୍କୁ ସେ ପ୍ରଶଂସା କରିଛନ୍ତି।
ଯୋଗ ଓ ଆୟୁର୍ବେଦ ହରିଦ୍ବାରରୁ ହଲିଉଡ୍‌ଯାଏଁ ଅଭ୍ୟାସ କରାଯାଉଛି। ଏହି ମହାମାରୀ ସମୟରେ ଯୋଗ ଏବଂ ଆୟୁର୍ବେଦ ଆହୁରି ଅଧିକ ପ୍ରାସଙ୍ଗିକ ହୋଇପାରିଛି। ଆୟୁଷ୍ମାନ ଭାରତ ଜରିଆରେ ସ୍ବଳ ମୂଲ୍ୟ ବା ବିନାମୂଲ୍ୟରେ ଏକ କୋଟିରୁ ଅଧିକ ଲୋକ ବିଭିନ୍ନ ରୋଗରୁ ସୁସ୍ଥ ହୋଇପାରିଛନ୍ତି। ଏଥିରେ ଉପକୃତଙ୍କ ମଧ୍ୟରୁ ୮୦% ଗ୍ରାମାଞ୍ଚଳର। ଆୟୁଷ୍ମାନ ଭାରତ ଯୋଗୁଁ ମଣିପୁର ଦିନ ମଜୁରିଆ କେଲେନ୍ ସାଙ୍ଗଙ୍କ ପୁଅ ମାରାତ୍ମକ ମସ୍ତିଷ୍କ ରୋଗରୁ ବର୍ତ୍ତି ପାରିଛି।
ପଙ୍ଗପାଳ ଆମକୁ ଶିକ୍ଷା ଦେଇଛି ଯେ କ୍ଷୁଦ୍ର ପତଙ୍ଗଟିଏ ବି ସ୍ବାଭାବିକ ଜୀବନଯାତ୍ରା ରୋକି ଦେଇପା‌ରେ। କେନ୍ଦ୍ର ଓ ରାଜ୍ୟ କୃଷି ମନ୍ତ୍ରାଳୟ ମିଳିତ ଭାବେ ପଙ୍ଗପାଳ ଆକ୍ରମଣର ମୁକାବିଲା କରୁଛନ୍ତି। ପଙ୍ଗପାଳ ଆକ୍ରମଣ ଏବଂ ବାତ୍ୟା ଅମ୍ଫାନ୍ ଦୃଷ୍ଟାନ୍ତ ଦେଇ ସେ କହିଲେ କି, ପ୍ରକୃତି ସର୍ବଶକ୍ତିମାନ। ଓଡ଼ିଶା ଏବଂ ପଶ୍ଚିମବଙ୍ଗ କଠିନ ସଂଗ୍ରାମ କରି ବାତ୍ୟା ଅମ୍ଫାନ୍ ଜନିତ ଅସୁବିଧାକୁ ସାମନା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଭାରତ ଉନ୍ମୁକ୍ତ ହୋଇଥିବାରୁ ଆମେ ଅଧିକ ସତର୍କ ହେବା ଉଚିତ। ଅନ୍ୟ ଦେଶମାନଙ୍କ ଠାରୁ ଭାରତର ଜନସଂଖ୍ୟା ଅଧିକ, କିନ୍ତୁ ଆମେ ମହାମାରୀର ଉତ୍ତମ ମୁକାବିଲା କରିଛନ୍ତି। ଆମେ କଷ୍ଟ ସହିଛନ୍ତି, କିନ୍ତୁ ସଭିଏଁ କୌଣସିମତେ ଚଳିଛନ୍ତି। ଆମେ ବହୁସଂଖ୍ୟକ ଜୀବନ ବଞ୍ଚାଇ ପାରିଛନ୍ତି। ସମ୍ମୁଖ କର୍ମୀଙ୍କ ଉଦ୍ୟମ ଓ କୋଭିଡ୍-୧୯ ବିପକ୍ଷରେ ଜନ-ଚାଳିତ ସଂଗ୍ରାମକୁ ସୁନିଶ୍ଚିତ କରିଥିବା ପ୍ରତ୍ୟେକ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।
ଆମେ ଦୁର୍ବଳ ଓ ଅମନଯୋଗୀ ହେବା ନାହିଁ। ମହାମାରୀ ବିପକ୍ଷରେ ସଂଗ୍ରାମ ଚାଲୁ ରହିବ। ଏ କଥା ଭୁଲି ନ ଯିବାକୁ ଭାରତବାସୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ। ଦୁଇ ଗଜ ଦୂରତା, ହସ୍ତପ୍ରକ୍ଷାଳନ, ମୁଖାବରଣ ପରିଧାନ ଆଦି ନିୟମ ପାଳନ କରି ସୁସ୍ଥ ରୁହନ୍ତୁ ବୋଲି କହି ପ୍ରଧାନମନ୍ତ୍ରୀ କାର୍ୟ୍ୟକ୍ରମ ଶେଷ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ