ନାବାଳିକା ଅପହରଣ ମାମଲାରେ ଜଣେ ଗିରଫ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ନାରିଙ୍ଗୀ ଗାଁ ହରିଜନ ସାହିରେ ନାବାଳିକା ଅପହରଣ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଗଞ୍ଜାମ ଜିଲ୍ଲାର ଜଣେ ଶ୍ରମିକ ଗଜପତି ଜିଲ୍ଲା ନାରିଙ୍ଗି ଗ୍ରାମକୁ ଚେକ୍ଡେମ ନିର୍ମାଣ କରିବା ପାଇଁ ଠିକାଦାରଙ୍କ ସହ ଆସିଥିଲେ ଗତ୨୯ତାରିଖ ଦିନ୨ଟା ବେଳେ ନାରିଙ୍ଗି ଗ୍ରାମର ଜଣେ ନାବାଳିକାଙ୍କୁ ଅପହରଣ କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଥିଲେ ଗ୍ରାମବାସୀ ଅଭିଯୁକ୍ତକୁ ଧରି ମୋହନା ଥାନା ଜିମା ଦେଇଥିଲେ, ଏ ନେଇ ମୋହନା ଥାନା ପକ୍ଷରୁ ପୋଷ୍କ ଆକ୍ଟରେ ଏକ ମାମାଲାରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳଛି ।


