ମୋଦିଙ୍କ ମନ କୀ ବାତ କାର୍ଯ୍ୟକ୍ରମକୁ ବିରୋଧ କରି ଘଂଟି ଘଂଟା ନାଦ
ନାଉଗାଁ, (ଓ୍ବାଇଏନ୍ଏସ୍):କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ନୂତନ କୃଷି ନୀତି ଓ ମୋଦିଙ୍କ ମନ କୀ ବାତ କାର୍ଯ୍ୟକ୍ରମକୁ ବିରୋଧ କରିବା ସହ ଦିଲ୍ଲୀରେ ୩୨ଦିନ ହେବ ଧାରଣାରତ ଚାଷୀଙ୍କୁ ସମର୍ଥନ ଜଣାଇ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରବିବାର ନାଉଗାଁ ବଜାରରେ ଘଂଟି ଘଂଟା ନାଦ କରାଯାଇଥିଲା । ନବ ନିର୍ମାଣ କୃଷକ ସଙ୍ଗଠନ ଜିଲ୍ଲା ସଂଯୋଜକ ଅଶୋକ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଯୋଗ ଦେଇ କୋକିଢିହ ଇଚ୍ଛାମା ମନ୍ଦିର ନିକଟରୁ ଘଂଟି ଘଂଟା ନାଦ କରି ଶୋଭାଯାତ୍ରାରେ ନାଉଗାଁ ବଜାରରେ ପହଂଚିଥିଲେ । ଚାଷୀଙ୍କ ସହ ଆଲୋଚନା କରି ନୂତନ କୃଷି ନୀତି ପ୍ରଣୟନ କରିବା ପାଇଁ ସେମାନେ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସହ ସଂଯୋଜକଙ୍କ ସମେତ ବ୍ଳକ ସଂଯୋଜକ କୈଳାସ ଚନ୍ଦ୍ର ପରିଡା, ଚତୁଭୂଜ ମହାନ୍ତି, ମଙ୍ଗୁଳି ରାଉତ, ସୁନିଲ ମାଟିଆ, କ୍ରିଷ୍ଣାନନ୍ଦ ସାହୁ, ଶରତ ଚନ୍ଦ୍ର ନାୟକ, ସପନି ଜେନା, ଦାମୋଦର ପରିଡା, ସୁରେଶ ବେହୁରା, ନୃସିଂହ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ସଂଜୟ ବେହୁରା, ଉଲ୍ଲାସ ସ୍ୱାଇଁଙ୍କ ସମେତ ଶତାଧିକ ଚାଷୀ ଯୋଗ ଦେଇଥିଲେ ।