ମୋଦୀଙ୍କର ଜନ୍ମଦିନ ଅବସରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର

କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମ ଦିନ ଅବସରରେ “ସେବା ସପ୍ତାହ”ର ଚତୁର୍ଥ ଦିନରେ କେନ୍ଦ୍ରାପଡା ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ଶିବିରକୁ ଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ୭୦ ୟୁନିଟ ରକ୍ତ ଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଦିଲ୍ଲୀପ ଦାଶ, ବିଧାୟକ ପାର୍ଥୀ ସୁନାକର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ ଓ ଦେବାଶିଷ ଦାସ, ଉପିନ ରାଉତ, ନେହେରୁ ସାହୁ, ଅଭିମନ୍ୟୁ ଗୋଚ୍ଛାୟତ, ଶଶାଙ୍କ ଶେଖର ସେଠୀ, ବାଦଲ ନନ୍ଦ, କାନନବାଳା ଦାସ, ଦିଲ୍ଲୀପ ଦାସ, ଉମାକାନ୍ତ ନାୟକ, ମୁକ୍ତିକାନ୍ତ ସ୍ୱାଇଁ, ରଞ୍ଜନ କୁମାର ସାହୁ, ମଞ୍ଜୁଲତା ମଲ୍ଲିକ, ରାଜୀବ ଲୋଚନା ନାୟକ, ରଞ୍ଜିତ ଆଚାର୍ଯ୍ୟ, ପ୍ରଶାନ୍ତ ସେଠୀ, ଅବିନାସ ସ୍ୱାଇଁ, ବାସୁଦେବ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ । ଏହି ରକ୍ତଦାନ ଶିବିରରେ ଦିଲ୍ଲୀପ ବିଶ୍ୱାଳ, ସୁଶାନ୍ତ ବାରିକ, ରାଜେନ୍ଦ୍ର ପତି, ରଶ୍ମିରଞ୍ଜନ ସାମଲ, ମାନସ ରଞ୍ଜନ ଦାସ, କଳ୍ପତରୁ ଦାସ, ମନମୋହନ ବେହୁରା, ଶୁଭେନ୍ଦୁ ରଞ୍ଜନ ଜେନା, ପ୍ରଜେଶ ରଞ୍ଜନ ନାୟକ, ବିନ୍ଦୁସାଗର ଦାସ, ଜଗନ୍ନାଥ ପଣ୍ଡା, ସନ୍ତୋଷ ସେଠୀ, ସୁବ୍ରତ ବିଶ୍ୱାଳ, ଶଶାଙ୍କ ଶେଖର ଓଝା, ମଦନ ବେହେରା ଓ ସୁବ୍ରତ ତ୍ରିପାଠୀ ପ୍ରମୁଖ ରକ୍ତଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ