ମୋବାଇଲ୍ ହେଲା କାଳ
ଘଟିଲା ବିସ୍ଫୋରଣ ଅଧିକାଂଶ ଲୋକେ ମୋବାଇଲ୍ ଫୋନ୍ ତକିଆ ତଳେ ରଖି ଶୋଇବାର ଅଭ୍ୟାସ ରଖିଥାଆନ୍ତି । ରାତିରେ ହ୍ୱାଟସ୍ ଆପ୍, ଫେୱୁକ୍ ଓ ୱେବସିରିଜ ଦେଖି ଦେଖି ମୋବାଇଲକୁ ସଠିକ୍ ସ୍ଥାନରେ ରଖିବାକୁ ଭୁଲି ଯାଇଥାଆନ୍ତି ତ ଆଉ କିଛି ଲୋକେ ଜାଣିବୁଝି ଫୋନ୍କୁ ତକିଆ ତଳେ ରଖିଥାଆନ୍ତି । ମାଲେସିଆରେ ବସବାସ କରୁଥିବା ଜଣେ ୫୮ବର୍ଷୀୟ ମହିଳାଙ୍କ ସହିତ ଏମିତି କିଛି ଅଘଟଣ ଘଟିଛି । ମହିଳା ତାଙ୍କ ମୋବାଇଲ୍ ଫୋନ୍ ତକିଆ ତଳେ ରଖି ଶୋଇଯାଉଛନ୍ତି । ଠିକ୍ ଅଧାଘଣ୍ଟା ପରେ ଅର୍ଥାତ ୪.୩୦ ମିନିଟ୍ରେ ତାଙ୍କ ଫୋନ୍ ଆକସ୍ମିକ ଭାବେ ଫାଟିବାର ଶବ୍ଦ ସେ ଶୁଣିବାକୁ ପାଉଛନ୍ତି । ରାତିରେ ଅନ୍ଧାର ହୋଇଥିବାରୁ ମହିଳାଙ୍କୁ କେବଳ ହାଲୁକା ହାଲୁକା ନିଆଁ ଥିବା ପାଉଁଶ ଦେଖିବାକୁ ମିଳିଥିଲା । ସେ ଭୟଭୀତ ହୋଇ ବିଛଣାରୁ ଉଠି ଲାଇଟ୍ ଅନ୍ କରିଥିଲେ । ଏହା ପରେ ତାଙ୍କ ଫୋନ୍ ବିସ୍ଫୋରଣ ହୋଇ ଚଟାଣରେ ପଡ଼ିଥିବା ଦେଖିବାକୁ
ପାଇଥିଲେ । ତକିଆ ଥିବା ହେତୁ ମହିଳାଙ୍କୁ କୌଣସି ଆଘାତ ଲାଗି ନଥିଲା । କିନ୍ତୁ ତକିଆ ପାଖରେ ଥିବା ତାଙ୍କ ହେୟାର କ୍ଲିପ୍ ଜଳି ଯାଇଥିଲା ।