ମୋହନାରେ ଅନୁସୂଚିତ ଜନଜାତି ଓ ଜାତି ସ୍ୱତନ୍ତ୍ର ସଚିବ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ମୋହନାକୁ ଦୁଇ ଦିନିଆ ଗ୍ରସ୍ତ କରିଛନ୍ତି ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ସ୍ଵତନ୍ତ୍ର ସଚିବ ପବିତ୍ର ମଣ୍ଡଳ।ସେ ଆଦିବାସୀ ଛାତ୍ର ଛାତ୍ରୀମାନଙ୍କର ଉନ୍ନତି ପାଇଁ ଜାରି ରହିଥିବା ରାଜ୍ୟ ସରକାରଙ୍କର ବିଭିନ୍ନ ସ୍ୱତନ୍ତ୍ର ବିଦ୍ୟାଳୟର ଶ୍ରେଣୀ କୋଠରୀ ଓ ହଷ୍ଟେଲ ଗୃହ ଗୁଡିକୁ ଅନୁଧ୍ୟାନ କରିବା ସହିତ ସେମାନଙ୍କର ବିକାଶ ଆଶିବାରେ ସରକାରଙ୍କର ଉଦ୍ୟମ ଜାରି ରହିଥିବା କହିଥିଲେ । ପ୍ରଥମ ଦିନରେ ସେ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ବଡଖଣି ଆଶ୍ରମ ବିଦ୍ୟାଳୟ, ଲେମ୍ବାପଙ୍କା ଆଶ୍ରମ ବିଦ୍ୟାଳୟ ଓ ମୋହନା ସରକାରୀ ଉଚ୍ଚବିଦ୍ୟାଳୟ(ଏସଏସଡି)ର ବାଳିକା ଛାତ୍ରୀବାସ ଓ ବାଳକ ଛାତ୍ରାବାସର ନୂତନ କୋଠା ଏବଂ ନିର୍ମାଣାଧିନ କୋଠା ପରିଦର୍ଶନ କରିଥିଲେ । ହଷ୍ଟେଲର ଛାତ୍ରଛାତ୍ରୀ ମାନଙ୍କୁ ପାଠ ଉପରେ ପ୍ରଶ୍ନ ପଚାରିଥିଲେ । ବିଦ୍ୟାଳୟ ଗୁଡିକରେ ରହିଥିବା ସମସ୍ୟା ଗୁଡ଼ିକୁ ଯଥାଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ସଚିବଙ୍କ ପରିଦର୍ଶନ ସମୟରେ ଜିଲ୍ଲା ପ୍ରକଳ୍ପ ପ୍ରଶାସକ ସରୋଜ ବେହେରା ଓ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ଥିଲେ ।