ମୋହନାରେ ପାଳନ ହେଲା ଶିବ ପାର୍ବତୀ ବିବାହ
ମୋହନା, (ଅଂଶୁମାନ ପଣ୍ଡା):ମୋହନା ବ୍ଳକ ସ୍ଥାନୀୟ ନିଳକଣ୍ଠେଶ୍ୱର ଶିବ ମନ୍ଦିରରେ ନିତି କ୍ରାନ୍ତି ଅନୁସାରେ ପାଳନ ହେଲା ଶୀତଳ ଶଷ୍ଠି ବା ଶିବ ବିବାହ । ଜ୍ୟେଷ୍ଠ ଶୁକ୍ଳ ପଂଚମୀ ତିଥିରେ ମା ପାର୍ବତୀ ଓ ଶିବ ଶଙ୍କରଙ୍କ ବିବାହ ଉତ୍ସବ ଏବଂ ତା ପର ଦିନ ଶୀତଳ ଶଷ୍ଠି ଯାତ୍ରା ପାଳନ କରାଯାଏ । କିଛି ଭକ୍ତ ମା ପାର୍ବତୀଙ୍କ ମାତା ପିତା ହୁଅନ୍ତି ଆଉ କିଛି ଭକ୍ତ ପ୍ରଭୁ ଶିବ ଶଙ୍କରଙ୍କ ମାଆ ବାପା ହୋଇ ଉଭୟଙ୍କର ବିବାହ କାର୍ଯ୍ୟ ସମାପନ କରନ୍ତି । ସାଧାରଣ ବାହାଘର ପରି ପାରମ୍ପରିକ ରିତି ନିତିରେ ଧୂମ ଧାମରେ ପାଳନା କରାଯାଏ । ଶିବ ପୂରାଣ ଅନୁସାରେ ବ୍ରହ୍ମାଙ୍କ ଠାରୁ ତପସ୍ୟା କରି ଦକ୍ଷ ପ୍ରଜାପତି ମାତା ସତିଙ୍କୁ ପୁତ୍ରି ରୂପେ ପ୍ରାପ୍ତ ହୁଅନ୍ତି । ସତି ବିବାହ ବୟସ ହେବା ପରେ ପିତାଙ୍କ ଅନିଚ୍ଛାରେ ସତ୍ୟ ସ୍ମଶାନଚାରି ଶିବଙ୍କୁ ବିବାହ କରନ୍ତି । ଏଥିରେ କ୍ଷୁବ୍ଧ ହୋଇ ଦକ୍ଷ ପ୍ରଜାପତି ଝିଅ ଜ୍ୱାଇଁଙ୍କୁ ଆମନ୍ତ୍ରଣ କରନ୍ତି ନାହିଁ । ଦେବ ଦମ୍ପତିଙ୍କ ଏହି ମିଳନକୁ ଶିବ ରୁଦ୍ର ଓ ପାର୍ବତୀ ଶାନ୍ତିର ବାର୍ତା ବହନ କରେ । ଗ୍ରିଷ୍ମ ରୁତୁ ପୃଥିବି ପୃଷ୍ଠରୁ ବିଦାୟ ନେଉଥାଏ ବର୍ଷାରୁତୁର ଆଗମନ ସମୟରେ ଶୀବ ଓ ପାର୍ବତୀଙ୍କ ବିବାହକୁ ଶୀତଳ ଶଷ୍ଠୀ କୁହାଯାଏ । ଆଜି ମୋହନା ଶିବ ପିତା ଭାବେ ପ୍ରତାପଚନ୍ଦ୍ର ପାତ୍ର ଓ ପାର୍ବତୀ ପିତା ଭାବେ କୁରା ସାହୁ ଏହି ବିବାହ ଉତ୍ସବ କରନ୍ତି । ଏଥିରେ ପଣ୍ଡିତ ଶିବ ଶଙ୍କର ନିତି ନିୟମ ଅନୁସାରେ ପୂଜାର୍ଚ୍ଚନା କରି ବାଟ ବରଣ, ହସ୍ତଗଣ୍ଠୀ ଆଦି ବିଭିନ୍ନ ପାମରମ୍ପରିକ ନିତି କରାଯାଏ । ପୂଜକ ମୁନା ମାଳି ଶିବ ପାର୍ବତୀଙ୍କୁ ସଜବାଜ କରିଥାନ୍ତି । ଏଥିରେ ଗ୍ରାମବାସୀ ସହଯୋଗରେ ସମାଜିକ ଦୂରତା ରଖି ପାଳନ କରାଯାଇଛି ।