ମୋହନା ଅଞ୍ଚଳରେ ଧୁମଧାମରେ ବଡ଼ଦିନ ପାଳିତ
ମୋହନା , (ଯୁଗାବ୍ଦ ନ୍ୟୁଜ) : ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଲୁହାଗୁଡ଼ି.ଅଡ଼ବା.ଚାନ୍ଦିପୁଟ.ରାଇ ପଙ୍କା ଆଦି ବିଭିନ ସ୍ଥାନରେ ଧୁମଧାମରେ ବଡଦିନ ପାଳିତ ହୋଇଯାଇଛି । ମୋହନାର ବିଭିନ୍ନ ଚର୍ଚ୍ଚ ଗୁଡିକରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇ ଭଉଣୀମାନେ ମଧ୍ୟ ରାତ୍ରୀରୁ ଉଠି ଚର୍ଚ୍ଚକୁ ଯାଇ ପ୍ରଭୁ ଯୀଶୁଙ୍କ ପାଖରେ ପ୍ରାର୍ଥନା କରି ନିଜ ପରିବାରର ମଙ୍ଗଳ କାମନା କରିଥିଲେ । ଫାଦର ବିମଳ ନାୟକ ମଧ୍ୟ୍ୟ ରାତିରେ ସମସ୍ତଙ୍କୁ ପ୍ରଭୁଙ୍କବାଣୀ ଶୁଣାଇବା ସହ ଦିନବେଳେ ଫାଦର ଧିରେନ ନାୟକ ପ୍ରାର୍ଥନା କରିଥିଲେ । ସକାଳୁ ଚର୍ଚ୍ଚ ଗୁଡିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।