ମୋହନା ଠାରେ ତୈଲିକ ବୈଶ୍ୟ ସମାଜ(ଖାଡି ତେଲି)ବାଇଶି ତାଲୁକା ର ବନ୍ଧୁମିଳନ ଅନୁଷ୍ଠିତ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଆଜି ବାଇଶି ତାଲୁକା ଖାଡୀ ତେଲି ସମାଜ ର ବନ୍ଧୁ ମିଳନ ସଭା ମହା ସଭାର ସଭାପତି ରଘୁନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ସମସ୍ତ ତାଲୁକା ର ସଭାପତି ଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ଙ୍କ ସମେତ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ।ମହା ସଭାର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ମଧ୍ୟ ଉପସ୍ଥିତ ଥିଲେ।ବୈଠକ ପୂର୍ବରୁ ସମସ୍ତ ସଭ୍ୟ ଠାକୁରଙ୍କୁ ଆବାହନ କରି ସହର ପରିକ୍ରମା କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ବୈଠକ ଆରମ୍ଭ କରିଥିଲେ।ବୈଠକରେ ସମାଜର ଉନ୍ନତି ନିମନ୍ତେ ଆଲୋଚନା କରିବା ସହ ଯୌତୁକ ବିରୋଧୀ ଆଇନ ଆଣିବା ସହ ଜାତିର ଉନ୍ନତି ନିମନ୍ତେ ଆଲୋଚନା କରିଥିଲେ ଏହାସହ ନୂତନ ଭାବେ ମୋହନାକୁ ଏକ ମୁଠା ଭାବେ ଘୋଷଣା କରିଥିଲେ ଏବଂ ଏହି ମୁଠା ର ପରିଚାଳନା ପାଇଁ ଏକ କମିଟି ଗଠନ କରି ମୋହନା ର ବିଶିଷ୍ଟ ବ୍ୟବସାୟୀ ମନୋଜ କୁମାର ସାହୁ ଙ୍କୁ ସଭାପତି, ଉମା ଶଙ୍କର ସାହୁ ଉପ-ସଭାପତି, ସମ୍ପାଦକ ଭାବେ ଶିବରାମ ସାହୁ ଙ୍କୁ ଦାଇତ୍ୱ ଅର୍ପଣ କରିଥିଲେ।ତତ ସଙ୍ଗେ ସଙ୍ଗେ ଜାତିର କେତକ ବ୍ୟକ୍ତି ସମେତ ବିଦ୍ୟାଧର ସାହୁ ବର୍ଗରେ ଆଗକୁ ଆସିଥିବାରୁ ସେମାନଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ଉପସ୍ଥିତ ସମସ୍ତ ସଭ୍ୟ ଓ ସଭ୍ୟା ମୋହନା ଗ୍ରାମର ବୟଜ୍ୟେଷ୍ଠ ସ୍ବର୍ଗତ ନକୁଳ କୁମାର ସାହୁ ଏବଂ ସ୍ବର୍ଗତ ହେମଲତା ସାହୁଙ୍କ ବିୟୋଗ ହୋଇଥିବା ରୁ ବୈଠକ ଆରମ୍ଭରେ ନିରବ ପ୍ରାଥନା କରି ଅମର ଆତ୍ମାର ସଦଗତି କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ