ଦିନ ନୁହେଁ ପ୍ରତିଦିନ ଯୋଗ ଅଭ୍ୟାସ ଜରୁରୀ

ମୋହନା, (ଅଂଶୁମାନ ପଣ୍ଡା) :-ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଗଜପତି ଜିଲ୍ଲା ମୋହନା ବ୍ଲକ ର ବିଭିନ୍ନ ସ୍ଥାନରେ ଯୋଗ ଶିବିର ଅନୁଷ୍ଠିତ ହୋଇଛି l ମୋହନା ହାଇସ୍କଲ ପଡ଼ିଆରେ ଯୋଗ ମହୋତ୍ସବ ସମିତି ଓ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ଶିକ୍ଷାବିତ ମଧୁସୁଦନ ପାଢୀ, ପ୍ରଶାନ୍ତ ବୀର, ରମେଶ ମହାପାତ୍ର, ଯୁବକ ସଂଘ ସମ୍ପାଦକ ଜୀତେନ୍ଦ୍ର ବେହେରା,  ପ୍ରମୁଖ ଯୋଗଦେଇଥିଲେ l କାର୍ଯ୍ୟକ୍ରମ ରେ ଯୋଗ , ଆସନ ଓ ପ୍ରାଣାୟାମ ଅଭ୍ୟାସ କରାଯାଇଥିଲା l ଏହି ଶିବିରକୁ ସାମ୍ୱାଦିକ ବାବୁଲା ସେଠୀ ଓ ରଞ୍ଜନ ସାହୁ ପରିଚାଳନା କରିଥିଲେ l ଯୋଗ କେବଳ ଗୋଟିଏ ଦିନ ନୁହେଁ ବରଂ ପ୍ରତ୍ୟେକ ଦିନ କରିବା ଉଚିତ l ଯୋଗ ଦ୍ୱାରା ମାନବ ସମାଜର କଲ୍ୟାଣ ହେବା ସହ ନିରୋଗ ହୋଇପାରିବେ ବୋଲି ଉପସ୍ଥିତ ବରିଷ୍ଠ ନାଗରିକ ମାନେ କହିଛନ୍ତି l ସେହିପରି ମୋହନା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ  ଗୁରୁଜୀ ସୁଧାଂଶୁ ପାଣିଗ୍ରାହୀ ଙ୍କ ନେତୃତ୍ବରେ ଯୋଗ ଦିବସ ପାଳିତ ହେଉଥିବା ବେଳେ ହିଲ୍ ଟପ୍ କଲେଜ ରେ ଅଧ୍ୟାପକ ଭଗବାନ ବିଶୋଇ, ଅନିଲ ତ୍ରୀପାଠୀ, ମୀନକେତନ ମିଶ୍ର ଶିବିର ପରିଚଳନା କରିଥିଲେ l ଜେଏମଏଫ୍ସି କୋର୍ଟ ରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଯାଇଛି l ସେହିପରି ଅଡବା ରାଜସ୍ୱ ନିରୀକ୍ଷକ କାର୍ଯ୍ୟଳୟ  ପଡ଼ିଆରେ ବଜରଙ୍ଗ ଦଳ ପକ୍ଷରୁ ଯୋଗ ଦିବସ ପାଳିତ ହେଉଥିବା ବେଳେ ବହୁ ସଂଖ୍ୟା ରେ ଅଞ୍ଚଳ ବାସୀ ଜଗ ଦେଇଥିଲେ ବିଶ୍ବହିନ୍ଦୁ ପରିଷଦ ପ୍ରାନ୍ତ ସମ୍ପାଦକ ତରଣୀ ସେନ ଦାସ ଯୋଗଦେଇ ଯୋଗର ମହତ୍ତ୍ୱ ବିଷୟରେ କହିଥିଲେ l ଚନ୍ଦ୍ରଗିରି ତିବତିୟ କଲୋନୀରେ ଆୟୋଜିତ ଶିବିରରେ ଆରଏସ୍ଏସ୍ ସହପ୍ରାନ୍ତ ଶାରୀରିକ ପ୍ରମୁଖ ଅଶୋକ ରଣଜିତ୍ ଯୋଗଦେଇ ଯୋଗ ପ୍ରାଣାୟାମ ଅଭ୍ୟାସ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ