ମୋହନା ବ୍ଲକରେ ଏନ୍ୱାଇକେ ତରଫରୁ ସ୍ପୋର୍ଟସ ମିଟ୍
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରଣାଳୟ ଅଧିନସ୍ଥ ଗଜପତି ଜିଲ୍ଲା ନେହେରୁ ଯୁବକେନ୍ଦ୍ର ତରଫରୁ ଜିଲ୍ଲାର ମୋହନା ବ୍ଲକ ଠାରେ ସ୍ପୋର୍ଟସ ମିଟ୍ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ପୋର୍ଟସ ମିଟ୍ ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ଗ୍ରାମର କିଙ୍ଗଡମ୍ ଖେଳପଡିଆରେ ଆୟୋଜିତ ହୋଇଥିଲା । ଏଥିରେ ମୋହନା ବ୍ଲକର ବିଭିନ୍ନ ଗ୍ରାମର ଯୁବକ ସଂଘର ୧୫୦ ଜଣ କ୍ରୀଡାବିତ୍ତ ଭାଗ ନେଇଥିଲେ । ଏହି ଖେଳ ପ୍ରତିଯୋଗୀତାରେ ଲମ୍ବଡିଆଁ, ଉଚ୍ଚଡିଆଁ, ସାଇକେଲିଂ, କବାଡି, ବିବିନ୍ନ ଶ୍ରେଣୀର ଦୈଡ ଯଥା ୧୦୦ମିଟର, ୨୦୦ମିଟର ଆଦି ସହ ଭଲିବଲ୍, ଦୈଡି ଟଣା ପ୍ରତିଯୋଗୀତା ଆଦି ହୋଇଥିଲା । ଏହି ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା କ୍ରୀଡାବିତଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିରକୋଟ ପଞ୍ଚାୟତର ସରପଞ୍ଚ ମୁଖ୍ୟ ଅତିଥି ଭାବେ ବିରିକୋଟ ସରପଞ୍ଚ ମସା ମାଝୀ, ସମିତି ସଭ୍ୟ ଗୋପାଳ ସାହୁ ପ୍ରମୁଖ ଯୋଗଦେଇ ପୁରସ୍କୃତ କରିଥିଲେ । ଖେଳ ପରିଚାଳନା ପାଇଁ କ୍ରୀଡା ଶିକ୍ଷକ ମାନଆଲ ନାୟକ, ଦିପକ ନାୟକ, ଧର୍ମେନ୍ଦ୍ର ନାୟକ, ପିତର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ନେହେରୁ କେନ୍ଦ୍ରର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ହୋଇଥିବା ବେଳେ ମୋହନା ବ୍ଲକର ଏନ୍ୱାଇକେ କାର୍ଯ୍ୟକର୍ତ୍ତା ଆଜାଦ୍ ନାୟକ ଟିଟୁ ନାୟକ ଏବଂ ମିଳିତ ସଦସ୍ୟମାନେ ସହଯୋଗ କରିଥିଲେ ।