ମୋହନା ବ୍ଲକରେ ବିଶ୍ୱ ଜଳ ଦିବସ ପାଳିତ
ମୋହନା, (ଅଂଶୁମାନ ପଣ୍ଡା) : ସାରା ବିଶ୍ଵ ମାର୍ଚ୍ଚ ୨୨କୁ ବିଶ୍ୱ ଜଳ ଦିବସ ରୂପେ ପାଳନ କରୁଥିବା ବେଳେ ମୋହନା ବ୍ଲକରେ ନବ ନିର୍ବାଚିତ ହୋଇଥିବା ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କୁ ନେଇ ପାଳନ ହୋଇଛି ବିଶ୍ଵ ଜଳ ଦିବସ । ଏହି ଅବସରରେ ଗ୍ରାମ ବିକାଶର ଜିଲ୍ଲା ସଂଯୋଜକ ତ୍ରିଲୋଚନ ଜେନା ଯୋଗ ଦେଇ ଉପସ୍ଥିତ ଥିବା ସରପଞ୍ଚ , ସମିତି ସଭ୍ୟ/ସଭ୍ୟା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ବିଶ୍ୱ ଜଳ ଦିବସ ବିଷୟରେ କହିବା ସହ ୨୦୨୪ ସୁଦ୍ଧା ପ୍ରତ୍ୟେକ ଗ୍ରାମରେ ପ୍ରତି ଘରକୁ ୭୦ ଲିଟର ପାନୀୟ ପାଣି ପ୍ରତ୍ୟେକ ଦିନ ଯୋଗାଇବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ପାଣ୍ଠିରୁ ଅର୍ଥ ବିନିଯୋଗ କରି ପାନୀୟ ଜଳର ସୁବନ୍ଦୋବସ୍ତ୍ର କାମ ଆରମ୍ଭ ହୋଇଯାଇଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଡିଓ ତପସ୍ଵିନୀ ହାଁସଦା, ଗ୍ରାମ ପଞ୍ଚାୟତ ନିବାହୀ ଅଧିକାରୀ ନରସିଂହ ମାଣ୍ଡାଙ୍ଗି,ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ପଦ୍ମନାଭ ଖଣ୍ଡାଇ ଉପସ୍ଥିତ ଥିଲେ ।


