ସୁପ୍ରିମକୋର୍ଟରେ କୋଟିଆ ଶୁଣାଣି : ଖାରଜ ହେଲା ଆନ୍ଧ୍ର ପିଟିସନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :କୋଟିଆ ଗ୍ରାମପୁଞ୍ଜ ବିବାଦକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଥିଲା । ଆନ୍ଧ୍ର ପ୍ରଦେଶ ସରକାର କୋଟିଆକୁ ଆନ୍ଧ୍ରର ବୋଲି ଦର୍ଶାଇବା ପାଇଁ ମାନ୍ୟବର କୋର୍ଟଙ୍କ ସମ୍ମୁଖରେ ଯେଉଁସବୁ ଦସ୍ତାବିଜ୍ ପେସ୍ ଦାୟର କରିଥିଲେ, ଏହାକୁ ମାନ୍ୟବର କୋର୍ଟ ଖାରଜ କରିଦେଇଛନ୍ତି । ୧୯୩୬ ମସିହାରୁ ୨୦୧୯ ମସିହା ଏପରିକି ୨୦୨୨ ମସିହା ପର୍ଯ୍ୟନ୍ତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଓଡ଼ିଶା ସରକାର ବେଶ୍ ସଫଳତାର ସହିତ କୋଟିଆ ଗ୍ରାମପୁଞ୍ଜରେ ସଫଳତାର ସହିତ ପରିଚାଳନା କରିବାକୁ ସମର୍ଥ ହୋଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ଓକିଲ ଶ୍ରୀଯୁକ୍ତ ଶିବଶଙ୍କର ମିଶ୍ର, କୋରାପୁଟ ଜିଲ୍ଲା ପ୍ରଶାସନ ଓ ସର୍ବୋପରି ଓଡ଼ିଶା ସରକାର ସଫଳତାର ସହିତ ମାନ୍ୟବର ଖଣ୍ଡପୀଠଙ୍କ ପାଖରେ ସମସ୍ତ ଦସ୍ତାବିଜ୍ ରଖିଥିଲେ । ଏହାକୁ ଅନୁଧ୍ୟାନ କରି ମାନ୍ୟବର ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆନ୍ଧ୍ରର ପିଟିସନକୁ ଖାରଜ କରିଦେଇଥିଲେ । ସୁପ୍ରିମକୋର୍ଟରେ କୋଟିଆ ଶୁଣାଣୀରେ ଓଡ଼ିଶା ସରକାରଙ୍କ ବିଜୟ ଏକ ବଡ଼ ବିଜୟ ଏବଂ ସେଥିପାଇଁ ରାଜ୍ୟ ସରକାରଙ୍କ ଓକିଲ ଶ୍ରୀ ଶିବଶଙ୍କର ମିଶ୍ର, କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ସର୍ବୋପରି ଓଡ଼ିଶା ସରକାର ଅଭିନନ୍ଦନୀୟ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।
ପାର୍ଟିର ରାଜ୍ୟ ସଭାପତି ରବି ବେହେରା କୋଟିଆ ମକଦ୍ଦମାରେ ସୁପ୍ରିମକୋର୍ଟରେ ଓଡ଼ିଶାର ବିଜୟକୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ରାଜ୍ୟ ସରକାର, କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ମକଦ୍ଦମା ଲଢୁଥିବା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଶ୍ରୀ ଶିବଶଙ୍କର ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଆଗାମୀ ଦିନରେ ଆନ୍ଧ୍ରର ଷଡ଼ଯନ୍ତ୍ରର ଜବାବ ଦେବା ପାଇଁ ସେମାନେ ତତ୍ପରତାର ସହିତ ଓଡ଼ିଶାର ସ୍ୱାର୍ଥରକ୍ଷା କାମ କରିବେ ବୋଲି ଶ୍ରୀ ବେହେରା ଆଶାପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ